ETV Bharat / state

ଆଜି ବି ବଞ୍ଚିଛି ମାନବିକତା - ମାନବିକତା ଓ ସଚ୍ଚୋଟ ପଣିଆ

ମାନବିକତା ଓ ସଚ୍ଚୋଟ ପଣିଆର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି କନ୍ଧମାଳ ଘୁ.ଉଦୟଗିରିର ମହମ୍ମଦ ନାଜୁର୍‌ । ଦାରିଦ୍ର୍ୟର କଷାଘାତରେ ବି ତାଙ୍କର ମଣିଷ ପଣିଆଟା ଆଜି ବି ବଞ୍ଚିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Oct 8, 2019, 4:39 AM IST

ଫୁଲବାଣୀ: ଆଜିକାଲିର ଦୁନିଆରେ ଭଲ ମଣିଷଟିଏ ପାଇବା ଭାରି କଷ୍ଟକର । କିଛି ଖଳ ପ୍ରକୃତି ଲୋକମାନଙ୍କ ପାଇଁ ଆମେ ସମସ୍ତେ ଦୁନିଆକୁ ଏବେ ସନ୍ଦେହ ଦୃଷ୍ଟିରେ ଦେଖି ଚାଲିଛୁ । ଅଚିହ୍ନା ସ୍ଥାନରେ କି ଟ୍ରେନରେ ଯାତ୍ରା କରିବା ବେଳେ କାହାରିକୁ ସହଜରେ ଆମେ ବିଶ୍ୱାସ କରିପାରୁନାହୁଁ । ହେଲେ ଏ ଦୁନିଆ ଭିତରେ ଏବେ ବି ଭଲ ମଣିଷ ଅଛନ୍ତି । ଆଉ ସେହିମାନଙ୍କ ପାଇଁ ଆଜି ବି ବଞ୍ଚିଛି ମାନବିକତା ଓ ସଚ୍ଚୋଟ ପଣିଆ । ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି କନ୍ଧମାଳ ଘୁ.ଉଦୟଗିରିର ମହମ୍ମଦ ନାଜୁର୍‌ । ଦାରିଦ୍ର୍ୟର କଷା ଘାତରେ ବି ତାଙ୍କର ମଣିଷ ପଣିଆଟା ହଜି ଯାଇନି ।

ତେବେ ଭାବିଲେ, ରାସ୍ତାରେ ଯାଉ ଯାଉ ଯଦି ଜଣେ ଗୋଟିଏ ମନି ପର୍ସଟେ ପାଉଛି । ଆଉ ସେଥିରେ କିଛି ଟଙ୍କା ଅଛି । ସେଠାରେ କଣ ପ୍ରଥମେ ସେ ମଣିଷଟି ପର୍ସଟି କାହାର ଚିନ୍ତା କରୁଛି ? ଟଙ୍କାକୁ କେମିତି ସେ ପର୍ସ ବାଲାକୁ ଫେରାଇ ଦେବ ଭାବୁଛି ? କିନ୍ତୁ ଏମିତି ଭାବିଛନ୍ତି କନ୍ଧମାଳ ଘୁ.ଉଦୟଗିରିର ମହମ୍ମଦ ନାଜୁରୁ । ଆଉ ପାଇଥିବା ମନିପର୍ସ ଓ ଟଙ୍କାକୁ ସେ ସଠିକ୍‌ ଲୋକ ପାଖରେ ପହଞ୍ଚାଇଛନ୍ତି ।

ନିଜେ ନିଇତି ପେଟପାଟଣା କଥା ଚିନ୍ତା କରୁଥିବା ବେଳେ ଅନ୍ୟ ଜଣେ ଗରିବଙ୍କ ହଜିଲା ଧନର ମୂଲ୍ୟ ସେ ଠିକ୍ ବୁଝିଛନ୍ତି । ତେବେ ଘୁ.ଉଦୟଗିରିି ବ୍ଲକ ସାହିର ମହମ୍ମଦ ନାଜୁର୍‌ ଗୋଟିଏ ସାଇକେଲ ଦୋକାନ କରିଛନ୍ତି । କିଛି ଦିନ ତଳେ ସେ ଦୋକାନରୁ ଘରକୁ ଫେରୁଥିବା ବେଳେ ହଠାତ୍‌ ସ୍ଥାନୀୟ ଆଧାର କେନ୍ଦ୍ର ନିକଟରୁ ଏକ ମନିପର୍ସଟେ ପାଇଲେ । ସେଥିରେ ପ୍ରାୟ 3 ହଜାର ଟଙ୍କା, ଗୋଟିଏ ଏଟିଏମ୍ କାର୍ଡ ଓ କିଛି ଦରକାରୀ କାଗଜପତ୍ର ଥିଲା । ତେବେ ସେଇ କିଛି ଟଙ୍କା ପାଇଁ ସେଠାରେ ସେ ନିଜର ମାନବିକାତା ଓ ସଚ୍ଚୋଟ ପଣିଆକୁ ଭୁଲିଗଲେ ନାହିଁ । ଆଉ ପର୍ସଟିର ମାଲିକ କିଏ ଖୋଜିଥିଲେ ।

ଶେଷରେ ବସଷ୍ଟାଣ୍ଡ ସାହିର ଶତ୍ରୁଘ୍ନ ବେହେରାଙ୍କ ପର୍ସ ହଜିଥିବା ଜାଣିବାକୁ ପାଇଥିଲେ । ଆଉ ପର୍ସଟି ତାଙ୍କର ବୋଲି ଜାଣିବା ପରେ ଶତ୍ରୁଘ୍ନଙ୍କ ଘରକୁ ଯାଇ ନିଜେ ପର୍ସଟିକୁ ଦେଇ ଆସିଲେ । ଆଉ ପର୍ସ ଦେବା ସମୟରେ ଉଭୟଙ୍କ ମୁହଁରେ ଥିଲା ହସ ଓ କୃତଜ୍ଞତାର ଛାପ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଆଜି ମଧ୍ୟ ବଞ୍ଚିଛି ମାନବିକତା, ସଚ୍ଚୋଟପଣିଆ। ମିଳିଥିବା ମନିପର୍ସକୁ ଖୋଜି ଖୋଜି ଫେରାଇଛନ୍ତି କନ୍ଧମାଳ ଘୁ.ଉଦୟଗିରୀର ମହମ୍ମଦ ନାଜୁରୁ। ନିଜେ ନିତି ପେଟପାଟଣା ଚିନ୍ତା କରୁଥିବା ବେଳେ ଅନ୍ଯ ଝଣେ ଗରିବଙ୍କ ହଜିଲା ଧନର ମୂଲ୍ଯ ଠିକ୍ ବୁଝିଛନ୍ତି।Body: ଘୁ.ଉଦୟଗିରୀ ବ୍ଲକ ସାହିର ମହମ୍ମଦ ନାଜୁର ସାଇକେଲ ଦୋକାନ କରିଛନ୍ତି । ତେବେ ଘରକୁ ଫେରିବା ବେଳେ ଆଧାର କେନ୍ଦ୍ର ଠାରେ ଏକ ପର୍ସ ପାଇଥିଲେ । ସେଥିରେ 3000 ଟଙ୍କା,ଏଟିଏମ୍,କାଗଜପତ୍ର ଥିଲା। ବସଷ୍ଟେଣ୍ଡ ସାହିର ଶତ୍ରୁଘ୍ନ ବେହେରାଙ୍କ ପର୍ସ ହଜିଥିବା
ଜାଣି ଘରେ ଯାଇ ଦେଇଥିଲେ । ଉଭୟଙ୍କ ମୁହଁରେ ଥିଲା ହସ ଓ କୃତଜ୍ଞତାର ଛାପ। Conclusion:ସଚ୍ଚୋଟତା ଓ ମାନବତା ହିଁ ସବୁଠାରୁ ବଡ଼ ବୋଲି ଚର୍ଚ୍ଚା କରୁଛନ୍ତି ଲୋକେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.