ETV Bharat / state

ମତଦାନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ, ମହିଳା ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଫୁଟିଛି ଗୁଳି। କନ୍ଧମାଳରେ ମତଦାନର କେଇ ଘଣ୍ଟା ପୂର୍ବରୁ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ। ପୋଲିଂ ଗାଡିକୁ ମାଓବାଦୀ ଉଡାଇ ଦେଇଥିବା ବେଳେ ଅପରାହ୍ଣରେ ମହିଳା ପୋଲିଂ କର୍ମଚାରୀଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିଛନ୍ତି ।

author img

By

Published : Apr 17, 2019, 6:28 PM IST

Updated : Apr 17, 2019, 7:09 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୁଣି ଥରେ ଫୁଟିଛି ଗୁଳି। ଜିଲ୍ଲାରେ ମତଦାନର କେଇ ଘଣ୍ଟା ପୂର୍ବରୁ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ। ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଦ ପଞ୍ଚାୟତ ନିଙ୍ଗୁନପଦର ଗାଁରେ ନିର୍ବାଚନରେ ବ୍ୟବହୃତ ହେଉଥିବା ପୋଲିଂ ଗାଡିକୁ ମାଓବାଦୀ ଉଡାଇ ଦେଇଥିବା ବେଳେ ଅପରାହ୍ଣରେ ମହିଳା ପୋଲିଂ କର୍ମଚାରୀଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିଛନ୍ତି । ଗୋଚ୍ଛାପଡ଼ା ଥାନା ବରଲା ଗାଁରେ ସଂଯୁକ୍ତା ଦିଗାଲଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।

ledy
ଫଟୋ ସୌଜନ୍ୟ-ସମ୍ବାଦଦାତା, କନ୍ଧମାଳ

ମାଓବାଦୀଙ୍କ ଗୁଳିମାଡରେ ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଲିଂ ସୁପରଭାଇଜର ଫୁଲବାଣୀରୁ ବାନ୍ଦାପଡା ଯାଉଥିବା ବେଳେ ତାଙ୍କ ଗାଡି ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ ମାଓବାଦୀ। ଯେଉଁଥିରେ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କନ୍ଧମାଳ

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

blank

Conclusion:
Last Updated : Apr 17, 2019, 7:09 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.