ETV Bharat / state

ଜୀବିକା ପାଇଁ ଏଫସିଆଇ ଶ୍ରମିକଙ୍କ ଧାରଣା

author img

By

Published : Jan 16, 2022, 6:59 PM IST

ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟ ଆଗରେ ଶ୍ରମିକଙ୍କ ଧାରଣା । ଜୀବିକା ହରାଇବା ନେଇ କରୁଛନ୍ତି ଆନ୍ଦୋଳନ । ଅଧିକ ପଢନ୍ତୁ

ଜୀବିକା ପାଇଁ ଏଫସିଆଇ ଶ୍ରମିକଙ୍କ ଧାରଣା
ଜୀବିକା ପାଇଁ ଏଫସିଆଇ ଶ୍ରମିକଙ୍କ ଧାରଣା

ଫୁଲବାଣୀ : ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ପରିଚାଳିତ ଗୋଦାମ କାର୍ଯ୍ୟ କରୁଥିବା ଶ୍ରମିକମାନେ ଜୀବିକା ହରାଇ ବସିଥିବା ଅଭିଯୋଗ କରିଛନ୍ତି । ଆଜି(ରବିବାର) ପୁଣି ଥରେ ଗୋଦାମ ଆଗରେ ଧାରଣା ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ପୁର୍ବରୁ ଏହି ଗୋଦାମ କନ୍ଧମାଳ ଜିଲ୍ଲା ସାରା ବିଭିନ୍ନ ବ୍ଲକକୁ ଜିନିଷ ପଠାଉଥିଲା ।

ଜୀବିକା ପାଇଁ ଏଫସିଆଇ ଶ୍ରମିକଙ୍କ ଧାରଣା

କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ଏକ ନିର୍ଦ୍ଧିଷ୍ଟ ବେସରକାରୀ ଗୋଦାମକୁ ଅନୁକମ୍ପା ଦେଖାଇ 6ଟି ବ୍ଲକର ଦାୟିତ୍ୱ ସେହି ଗୋଦାମକୁ ହସ୍ତାନ୍ତର କରି ଦେଇଛି । ପୁଣି 5 ମାସ ତଳେ ଟିକାବାଲି ଓ ଜି.ଉଦାୟ ବ୍ଲକକୁ ମଧ୍ୟ ଏଠାରୁ ସ୍ଥାନାନ୍ତର କରାଯାଇଛି । ଗୋଦାମ କାମ କରୁଥିବା ଶ୍ରମିକମାନେ କାମ ହରାଇ ବେକାର ହେବାକୁ ବସିଛନ୍ତି ।

ଏହାବି ପଢନ୍ତୁ :ଚାଷୀଙ୍କ ଧାନ ବେଆଇନ ଭାବେ ଜବତ, ପ୍ରତିବାଦ କଲା କୃଷକ ସଂଗଠନ

ସେମାନଙ୍କ ପାଇଁ ପରିବାର ଚଳାଇବା ଏବେ କାଠିକର ପାଠ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆଜି ଏଫସିଆଇ(fci) ଶ୍ରମିକ ମାନେ ଖାଦ୍ୟ ନିଗମ ଗୋଦାମ ଆଗରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ବିଭାଗୀୟ ଅଧିକାରୀମାନେ ଆସି ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଉଠିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ ଚାଲୁ ରଖିବେ ବୋଲି କହିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.