ETV Bharat / state

‘ଇଟିଭି ଭାରତ’ ପ୍ରଭାବ: କିଷାନ କ୍ରେଡିଟ କାର୍ଡ଼ ଦୁର୍ନୀତିରେ ବ୍ୟାଙ୍କ ମ୍ୟାନେଜର ଗିରଫ

author img

By

Published : Sep 23, 2019, 11:55 PM IST

Updated : Sep 24, 2019, 12:07 AM IST

କନ୍ଧମାଳରେ କେସିସି ଓ ମୁଦ୍ରା ଲୋନରେ ମହାଠକେଇ ଅଭିଯୋଗ ଆସିଥିଲା । ଏନେଇ ‘ଇଟିଭି ଭାରତ’ ପ୍ରଥମେ ଖବର ପ୍ରସାରଣ କରିଥିଲା । ଶେଷରେ ଏହି ଦୁର୍ନୀତିରେ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ସାଗରିକା ନାୟକ ଏବଂ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଛି । ଏନେଇ ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଜିଲ୍ଲାରେ କିଷାନ କ୍ରେଡିଟ କାର୍ଡ ଓ ମୁଦ୍ରା ଯୋଜନାରେ ବ୍ୟାଙ୍କ ମାଧ୍ୟମରେ ବ୍ୟାପକ ଦୁର୍ନୀତି ହୋଇଥିବା ଏକ ରିପୋର୍ଟ ‘ଇଟିଭି ଭାରତ’ରେ ଶନିବାର ପ୍ରସାରିତ ହୋଇଥିଲା । ଏନେଇ 30ରୁ ଊର୍ଦ୍ଧ୍ବ ହିତାଧିକାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦାଏର କରିଥିଲେ । ପୋଲିସର ଖୋଳତାଡ ପରେ ଶେଷରେ ଏହି ମାମଲାରେ ସୋମବାର ଦୁଇ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ସାଗରିକା ନାୟକ ଏବଂ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀ ।

କେସିସି ଓ ମୁଦ୍ରା ଲୋନ ଦୁର୍ନୀତିରେ ବ୍ୟାଙ୍କ ମ୍ୟାନେଜର ଓ ତାଙ୍କ ସ୍ବାମୀ ଗିରଫ

କନ୍ଧମାଳ ଏସପି୍‌ ପ୍ରତୀକ ସିଂ ନିଜେ ଏହି ମାମଲାର ତଦନ୍ତକୁ ତଦାରଖ କରିଥିଲେ । ଏଥିରେ ବହୁ କୋଟି ତାଙ୍କର ଦୁର୍ନୀତି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଗିରଫ ପରେ ଉଭୟଙ୍କୁ ଏସ୍‌ଡିଜେଏମ କୋର୍ଟରେ ହାଜର କରିଛି ପୋଲିସ । ଗିରଫ ବ୍ୟାଙ୍କ ମ୍ୟାନେଜରଙ୍କ ଘର କଟକ ବିଡାନାସୀରେ ବୋଲି ସୂଚନା ଦେଇଛି ପୋଲିସ । ସେହପରି ତାଙ୍କ ସ୍ବାମୀଙ୍କ ଘର ଅନୁଗୁଳ ମାଷ୍ଟ୍ରପଡ଼ାରେ । ଏହି ଦୁଇଜଣଙ୍କ ବ୍ୟତୀତ ପୋଲିସ ଜଣେ ମଧ୍ୟସ୍ଥିକୁ ଅଟକ ରଖି ଜେରା ଜାରିରଖିଛି ।

ଏହି ମାମଲାରେ ମ୍ୟାନେଜର ସାଗରିକା ନାୟକ କହିଛନ୍ତି, ତାଙ୍କୁ ମିଛ କେସରେ ଫସେଇ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଏହି ଦୁର୍ନୀତି ନେଇ ସହରର ଅନେକ ମହିଳା ଏବଂ ଗରିବ ଆଦିବାସୀ ଚାଷୀ ଟାଉନ ଥାନାରେ ଏତଲା ଦେଇଥିଲେ । ପରେ ଏହି ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ଏତଲା ଦିଆଯାଇଥିଲା । ପ୍ରତି କେସିସି କାର୍ଡରେ ଋଣ କରିଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଦଲାଲ ମାଧ୍ୟମରେ ଅସୁଲ କରାଯାଇଥିଲା । ଏପରିକି ଲୋକଙ୍କ ଏଟିଏମ ମଧ୍ୟ ନିଜ ପାଖରେ ରଖିଥିଲେ ବ୍ରାଞ୍ଚ ମ୍ୟାନେଜର । ଏହି ମାମଲାରେ ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଏହି ମାମଲାରେ ଗାଁ ଗଣ୍ଡାର ଅନେକ ଲୋକେ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ ଜଣାପଢ଼ିଛି ବୋଲି ପୋଲିସ କହୁଛି । ତେବେ ତଦନ୍ତ ବ୍ୟାପକ କରିବାକୁ ଦାବି କରିଛନ୍ତି ଲୋକେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ କିଷାନ କ୍ରେଡିଟ କାର୍ଡ ଓ ମୁଦ୍ରା ଯୋଜନାରେ ବ୍ୟାଙ୍କ ମାଧ୍ୟମରେ ବ୍ୟାପକ ଦୁର୍ନୀତି ହୋଇଥିବା ଏକ ରିପୋର୍ଟ ଈଟିଭି ଭାରତ ରେ ପ୍ରସାରିତ ହୋଇଥିଲା 21 ତାରିଖରେ। ତିରିଶ ରୁ ଅଧିକ ହିତାଧିକାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦାଏର କରିଥିଲେ। ପକୁସ ଖୋଳତାଡ ପରେ ଆଜି ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ୟାଙ୍କ ମ୍ୟାନେଜର ସାଗରିକ ନାୟକ ଏବଂ ତାଙ୍କ ସ୍ୱାମୀ ସୁଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଛି। ଏସ ପି ପ୍ରତୀକ ସିଂ ନିଜେ ଏହି ମାମଲାରେ ତଦାରଖ ଆଜି କରିଥିଲେ। ବହୁ କୋଟି ତାଙ୍କର ଦୁର୍ନୀତି ହୋଇଥାଇପରେ ବୋଲି ପୋଲିଶ ସନ୍ଦେହ କରୁଛି। ଏସ୍ଡିଜେଏମ କୋର୍ଟରେ ହଜିର କରିଛି ପୋଲିସ। ଗିରଫ ବ୍ୟାଙ୍କ ମ୍ୟାନେଜରଙ୍କ ଘର କଟକ ବିଡାନାଶିରେ। ସ୍ୱାମୀଙ୍କ ଘର ଅନୁଗୁଳ ମାଷ୍ଟ୍ର ପଡ଼ାରେ । ଅଟକ ଜଣେ ମଧ୍ୟସ୍ଥି କୁ ପୋଲିସ ଅଧିକ ଜେରା ଜାରିରଖିଛି।

Body:ସହରର ଅନେକ ମହିଳା ଏବଂ ଗରିବ ଆଦିବାସୀ ଚାଷି ଟାଉନ ଥାନାରେ ଏତଲା ଦେଇଥିଲେ। ପ୍ରତିଦିନ ନୂଆ ନୂଆ ଏତଲା ଦିଆଯାଇଥିଲା। ପ୍ରତି କେସିସି କାର୍ଡ ରେ ଋଣ କରିଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଦଲାଲ ମାଧ୍ୟମରେ ଅସୁଲ କରାଯାଇଥିଲା। ଏପରିକି ଲୋକଙ୍କ ଏଟିଏମ ମଧ୍ୟ ନିଜ ପାଖରେ ରଖିଥିଲେ ବ୍ରାଞ୍ଚ ମ୍ୟାନେଜର। ଏହି ମାମଲାରେ ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରାଯିବ ବକି ପୋଲିସ କହିଛି। ନ୍ୟାୟ ଚାହିଁଛନ୍ତି ଲୋକେ। ବାଇଟ(୧) ହିତାଧିକାରୀ(ନାଁ କହିଛନ୍ତି) (୨) ନରେଶ କୁମାର ସାହୁ,ଫୁଲବାଣୀ ଟାଉନ ଥାନା ଅଧିକାରୀ

Conclusion:ଏହି ମାମଲାରେ ଗାଁ ଗଣ୍ଡାର ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ ଜଣାପଢ଼ିଛି ବୋଲି ପୋଲିସ କହୁଛି। ତେବେ ତଦନ୍ତ ବ୍ୟାପକ କରିବାକୁ ଦାବି କରିଛନ୍ତି ଲୋକେ। କନ୍ଧମାଳରୁ ସଦାଶିଵ ପାତ୍ର,ଈ ଟିଭି ଭାରତ
Last Updated : Sep 24, 2019, 12:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.