ETV Bharat / state

GIଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା NIP ଆୱାର୍ଡ

କନ୍ଧମାଳ ହଳଦୀକୁ ମିଳିଲା ଏନଆଇପି ଆୱାର୍ଡ(NIP Award) l GIଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା ଏହି ପୁରସ୍କାର । ନୂଆଦିଲ୍ଲୀ ଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧିକ ପଢନ୍ତୁ

author img

By

Published : Oct 19, 2022, 7:26 PM IST

GIଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା NIP ଆୱାର୍ଡ
GIଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା NIP ଆୱାର୍ଡ

ଫୁଲବାଣୀ: ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କନ୍ଧମାଳ ହଳଦୀ । କନ୍ଧମାଳ ହଳଦୀକୁ ମିଳିଲା ଏନଆଇପି ଆୱାର୍ଡ(NIP Award) l କୃଷି ବର୍ଗରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ(kandhamal Turmeric Gets NIP Award) । ନୂଆଦିଲ୍ଲୀ ଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । GIଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା ଏହି ପୁରସ୍କାର । ତେବେ ବିଡମ୍ବନାର ବିଷୟ ପୁରସ୍କାର ଗ୍ରହଣ କରିବାକୁ କେହି ଉପସ୍ଥିତ ନଥିଲେ ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! ହେୟାର ଷ୍ଟ୍ରେଟନିଂ କେମିକାଲ୍ସ କାରଣରୁ ହୋଇପାରେ ଗର୍ଭାଶୟ କ୍ୟାନ୍ସର

ଏହା ପୂର୍ବରୁ ଉତ୍କୃଷ୍ଟ ମାନ ଓ ଗୁଣବତ୍ତା ପାଇଁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିଥିଲା । ଏବେ ୨୦୨୧ -୨୨ ବର୍ଷ ପାଇଁ ଏନ ଆଇପି ଆୱାର୍ଡ ମିଳିଛି । ପ୍ରଥମ ଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରିକୁ ନେଇ (National Intellectual Property )ଏନଆଇପି ଆୱାର୍ଡ ଆୟୋଜିତ ହୋଇଥିଲା l ଏଥିପାଇଁ ଦେଶରେ ଭୋଟିଂ ମାଧ୍ୟମରେ ଜନମତ ସର୍ଭେ ହୋଇଥିଲା । ଏଥିରେ ସର୍ବାଧିକ ଭୋଟ ପାଇଥିବା ସାମଗ୍ରି ଗୁଡିକୁ ପୁରସ୍କୃତ କରାଯାଇଥିଲା l କୃଷି, କଳା, ଖାଦ୍ୟସାମଗ୍ରୀ ଆଦି ପାଞ୍ଚଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିଲା l କୃଷି ବର୍ଗରେ କନ୍ଧମାଳ ହଳଦୀକୁ ଏହି ପୁରସ୍କାର ମିଳିଛି । ପୁରସ୍କାର ପାଇବା ପରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ହଳଦୀ ସୋସାଇଟି କସମର ସମ୍ପାଦକ ସଂଜିତ ପଟ୍ଟନାୟକ ଓ ଭୁବେନେଶ୍ୱର ବ୍ରାଞ୍ଚ ହେଡ଼ ତଥା ଅବସରପ୍ରାପ୍ତ ଉଦ୍ୟାନ ଉପନିର୍ଦେଶକ ମନୋଜ ଦାସ, ବର୍ତମାନର ଉଦ୍ୟାନ ବିଭାଗ ଉପନିର୍ଦେଶକ ମିହିର କୁମାର ସାମନ୍ତରାୟ ପ୍ରମୁଖଙ୍କ ସମେତ ହଳଦୀ ଚାଷୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l

ଏହା ମଧ୍ୟ ପଢନ୍ତୁ: ଉତ୍କଳ ଦିବସରେ କନ୍ଧମାଳ ହଳଦୀକୁ ମାନ୍ୟତା

ଏହା ଦ୍ୱାରା ଉନ୍ନତମାନର ହଳଦୀ ପ୍ରସ୍ତୁତ ସହ ପ୍ରଚାର ପ୍ରସାର ପାଇଁ ନିଷ୍ଠା, ଆନ୍ତରିକତା ଓ ଅଧିକ ଉତ୍ସାହର ସହ କାମ କରିବାଲାଗି ପ୍ରେରଣା ମିଳିବ ବୋଲି ସମ୍ପାଦକ ସଂଜିତ ପଟ୍ଟନାୟକ କହିଛନ୍ତି l ଚାଷୀମାନେ ମଧ୍ୟ ଏହାଦ୍ୱାରା ଉତ୍ସାହିତ ହୋଇ ଅଧିକ ହଳଦୀ ଉତ୍ପାଦନ କରିବେ ବୋଲି କହିଛନ୍ତି l କସମ ସମ୍ପାଦକ ସଂଜିତ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ, ଓ ପରିଶ୍ରମ ଯୋଗୁଁ କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇପାରିଥିଲା । ଆଉ ଏବେ ଏନଆଇପି ଆୱାର୍ଡ(NIP) ପାଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛି l ଏହାଦ୍ୱାରା କନ୍ଧମାଳ ହଳଦୀର ଚାହିଦା ବୃଦ୍ଧି ପାଇବ ନିଶ୍ଚୟ l

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.