କନ୍ଧମାଳ: ଅପରାଧିଙ୍କୁ ସାବାଡ କରିବା ସହ କିଛି ଭିନ୍ନ କରି ପ୍ରଶଂସା ସାଉଣ୍ଟିଛନ୍ତି କନ୍ଧମାଳ ପୋଲିସ । ମାନବିକତା, କର୍ତ୍ତବ୍ୟ, ସମାଜ ପ୍ରତି ଥିବା ଦାୟିତ୍ବର ପରକାଷ୍ଠା ଦେଖାଇ ଫନି ବିପନ୍ନଙ୍କ ପାଇଁ ଆଗେଇ ଆସିଛି ପୋଲିସ ।
ବଜାର ଛକରେ ଏସପିଙ୍କ ନେତୃତ୍ୱରେ ସହାୟତା ବାହାନ ଗଡୁଛି । ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରୁ ରିଲିଫ ଜିନିଷ ଲୋକଙ୍କ ଠାରୁ ସଂଗ୍ରହ କରାଯାଇଛି । ଏହି ଅଭିଯାନରେ ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକ ସହାୟତା କରି ଖୁସି ଜାହିର କରିଛନ୍ତି । କେବଳ କନ୍ଧମାଳ ପୋଲିସ ନୁହେଁ ଆଜି ଏସ୍ପି୍ ନୀତିଶେଖରଙ୍କ ନେତୃତ୍ବରେ ଏକ ପୋଲିସ ଦଳ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚି କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଦ୍ୱାରା ଦିଆଯାଇଥିବା ସହାୟତାକୁ ବଣ୍ଟନ କରିଛନ୍ତି।
ସେହିପରି ଗତକାଲି ପାରଳାଖେମୁଣ୍ଡି ବଜାରରେ ଗଜପତି ଏସ୍ପି ସାରା ଶର୍ମା ହାତରେ ଥାଳି ଧରି ଦୋକାନରୁ ଦୋକାନ ବୁଲି ସେ ସହାୟତା ମାଗୁଥିଲେ ।
କନ୍ଧମାଳରୁ ସଦାଶିବ ମହାପାତ୍ର, ଇଟିଭି ଭାରତ