ETV Bharat / state

ପୋଲିସ ହାବୁଡରେ ଏଟିଏମ୍‌ ଲୁଟେରା, ନଗଦ 16 ହଜାର ଟଙ୍କା ଜବତ - ଏଟିଏମ ଲୁଟେରା ଗିରଫ

ଲକଡାଉନ ସମୟରେ ଏଟିଏମ ଲୁଟେରାଙ୍କୁ କାବୁ କରିବାରେ ପୋଲିସଙ୍କୁ ମିଳିଛି ସଫଳତା । ସ୍ଥାନୀୟ ଖଜୁରିପଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ଏକ ନଜିର । ଏଠାରେ କନ୍ଧମାଳ ପୋଲିସର ସାଇବର ଟିମ୍‌ ହାତରେ ରବିବାର ଧରା ପଡିଛି ଏକ ଏଟିଏମ ଲୁଟେରା ।

kandhamal latest news, atm loot in kandhamal, atm lootera arrested in kandhamal, atm lootera arrested, kandhamal police cyber team, loot, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ ଏଟିଏମ ଲୁଟ୍‌, କନ୍ଧମାଳରେ ଏଟିଏମ ଲୁଟେରା ଗିରଫ, ଏଟିଏମ ଲୁଟେରା ଗିରଫ, କନ୍ଧମାଳ ପୋଲିସ ସାଇବର୍‌ ଟିମ୍‌
ପୋଲିସ ହାବୁଡରେ ଏଟିଏମ୍‌ ଲୁଟେରା, ନଗଦ 16 ହଜାର ଟଙ୍କା ଜବତ
author img

By

Published : Jun 28, 2020, 9:19 PM IST

ଫୁଲବାଣୀ: ଲକଡାଉନ ସମୟରେ ଏଟିଏମ ଲୁଟେରାଙ୍କୁ କାବୁ କରିବାରେ ପୋଲିସଙ୍କୁ ମିଳିଛି ସଫଳତା । ସ୍ଥାନୀୟ ଖଜୁରିପଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ଏକ ନଜିର । ଏଠାରେ କନ୍ଧମାଳ ପୋଲିସର ସାଇବର ଟିମ୍‌ ହାତରେ ରବିବାର ଧରା ପଡିଛି ଏକ ଏଟିଏମ ଲୁଟେରା । ଗିରଫ ଯୁବକ ଜଣଙ୍କ ସମ୍ପୃକ୍ତ ଥାନା ଅନ୍ତର୍ଗତ ଝାଗଡପଟା ଗ୍ରାମର ରଞ୍ଜନ କୁମାର ସାହୁ ବୋଲି ଜଣା ପଡିଥିବା ବେଳେ ପୋଲିସ ତା’ଠାରୁ ନଗଦ 16 ହଜାର ଟଙ୍କା ଜବତ ଜବତ କରିଥିବା କହିଛନ୍ତି ସାଇବର ଇନସ୍ପେକ୍ଟର ସୌମ୍ୟ ପଣ୍ଡା ।

ଘଟଣା ଅନୁଯାୟୀ, ଗତ 23 ତାରିଖରେ ଖଜୁରିପଡା ଥାନା ଅନ୍ତର୍ଗତ ନାଗଲେଜୁ ଗ୍ରାମର ପରୂପବଦୀ ବେହେରା ନାମ୍ନୀ ଜଣେ ମହିଳା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମକୁ ଯାଇ ଟଙ୍କା ଉଠାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ପ୍ରଥମ ଥର ଏଟିଏମ କାର୍ଡ ବ୍ୟବହାର କରୁଥିବାରୁ ଟଙ୍କା ଉଠାଇବାରେ ଅକ୍ଷମ ରୂପବଦୀ ଅଜାଣତରେ ନିଜ ଏଟିଏମ କାର୍ଡ ସେଠାରେ ଛାଡି ପଳାଇ ଆସିଥିଲେ ।

ଏହାର ସୁଯୋଗ ନେଇ ରଞ୍ଜନ ଏଟିଏମ କାର୍ଡ ନେଇ ଚତୁରତାର ସହ ଏହାର ପିନ ଜାଣିବାରେ ସକ୍ଷମ ହୋଇଥିଲା । ପରେ ଏଟିଏମର ସିସିଟିଭି କ୍ୟାମେରାରେ ନିଜେ ଧରା ପଡିବା ଭୟରେ ରଞ୍ଜନ ଅନ୍ୟ ଜଣେ ନାବାଳକକୁ ଏଟିଏମରୁ 20 ହଜାର ଟଙ୍କା କାଢିବା ପାଇଁ କହିଥିଲା । ନାବାଳକ ଜଣଙ୍କ ଏହା କରିବାକୁ ରାଜି ହେଉନଥିଲେ ସୁଦ୍ଧା ରଞ୍ଜନ ଜବରଦସ୍ତ ତାଠାରୁ କାର୍ଯ୍ୟ କରାଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ତେବେ ଟଙ୍କା ଉଠାଣ କଥା ମହିଳା ଜଣକ ଜାଣିବା ପରେ ଏନେଇ ଖଜୁରିପଡ଼ା ଥାନାରେ ଗତ 24 ତାରିଖରେ ଏକ ଏତଲା ଦେଇଥିଲେ । ମହିଳା ଜଣଙ୍କ ଅଭିଯୋଗ ଶୁଣିବା ପରେ ପୋଲିସ କେସ ନଂ 58/2020 ରେ ଏକ ମାମଲା ରୁଜୁ କରିଥିଲା । ପରେ ଏହାର ତଦନ୍ତ ଭାର ପୋଲିସ ବିଭାଗର ସାଇବର୍‍ ଟିମ୍‍କୁ ଦିଆଯାଇଥିଲା । ତଦନ୍ତରେ ପୋଲିସ ସିସିଟିଭି ଫୁଟେଜରୁ ନାବାଳକକୁ ଚିହ୍ନଟ କରି ତାଠାରୁ ସବୁ ସତ କଥା ଜାଣିବାକୁ ପାଇଥିଲା । ପରେ ପୋଲିସ ପୂର୍ବ ଯୋଜନା ମୁତାବକ ରବିବାର ରଞ୍ଜନକୁ ତା’ ଘରୁ ଗିରଫ କରିବା ସହ 16 ହଜାର ଟଙ୍କା ଜବତ କରିଛି । ରଞ୍ଜନ ବଳକା 4 ହଜାର ଖର୍ଚ୍ଚ କରି ଦେଇଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ସମୀର କୁମାର ରାଉତ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.