ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗତ ଦଶ ବର୍ଷ ଧରି ଠକି ଚାଲିଥିବା ବଡ ଠକକୁ ଶେଷରେ ଧରିଛି ପୋଲିସ। ଭାରତର ରାଷ୍ଟ୍ରପତି, ଆରବିଆଇ ଗଭର୍ଣ୍ଣର , ଜିଲ୍ଲାପାଳ ପ୍ରଭୃତି ଅନେକଙ୍କ ଜାଲ ସିଲ କରି ଠକି ଚାଲିଥିଲାଲୋକଙ୍କୁ । ଅନେକ ଆଇଏଏସ ଅଫିସରଙ୍କ ନାଁରେ ମେସେଜ କରିଛି ଏହି ଠକଙ୍କ ସର୍ଦ୍ଦାର। ଏକ କୋଟି ଟଙ୍କାରୁ ଅଧିକ ଲୋକଙ୍କୁ ଚାକିରି କରିଦେବି କହି ଠକି ନେଇଛି। ଫୁଲବାଣୀ ସାଇନପଡାର ମହା ଠକ ରୋହିତ ବେହେରାକୁ ପୋଲିସ ଶୁକ୍ରବାର କାବୁ କରିଛି ।
ଫୁଲବାଣୀ ନାରାୟଣୀ ସାହିରୁ ଏହି ମହା ଠକକୁ ଧରିବା ପରେ 81 ହଜାର ଟଙ୍କା, 4ଟି ମୋବାଇଲ , 10ରୁ ଅଧିକ ଏଟିଏମ କାର୍ଡ, 16ଟି ଜାଲ ଷ୍ଟାମ୍ପ ସହିତ ବୋହୁ କାଗଜ ପତ୍ର ଓ ଜାଲ ଚିଠି ଜବତ କରିଛି । ଧରାପଡିବା ପରେ ପୁଣି ନାଟକ କରିବାକୁ ପଛେଇ ନାହିଁ ଏହି ମହା ଠକ। ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ଏସପି ପ୍ରତୀକ ସିଂହ । ଟାଉନ ଥାନାରେ ଆଇପିସିର ଧାର 420,468,472ରେ ମାମଲା ରୁଜୁ କରିଛି ପୋଲିସ । କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମଧ୍ୟ ଅନେକ ଦାବି କରିଛନ୍ତି ।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ