ETV Bharat / state

ସ୍ବତନ୍ତ୍ର କଳିଙ୍ଗ ରେଜିମେଣ୍ଟ ପାଇଁ ରାଜନାଥଙ୍କୁ ଦାବି ଜଣାଇଲେ କନ୍ଧମାଳ ସାଂସଦ

author img

By

Published : Mar 13, 2020, 10:55 PM IST

କନ୍ଧମାଳରେ ଏକ ସୈନିକ ସ୍କୁଲ ଖୋଲିବା ସହ ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ନାମରେ ରେଜିମେଣ୍ଟ ସୃଷ୍ଟି ନିମନ୍ତେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ...

kandhamal-mp-dr-achyut-samnta-meet-defance-minister-rajnath-singh
ସ୍ବତନ୍ତ୍ର କଳିଙ୍ଗ ରେଜିମେଣ୍ଟ ପାଇଁ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଦାବି କଲେ କନ୍ଧମାଳ ସାଂସଦ

ଫୁଲବାଣୀ: ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ କନ୍ଧମାଳର ଜଳବାୟୁ, ପରିବେଶ ଓ ଭୌଗୋଳିକ ସ୍ଥିତି ସୈନିକ ସ୍କୁଲ ନିର୍ମାଣ ପାଇଁ ଅତ୍ୟନ୍ତ ଅନୁକୂଳ । କନ୍ଧମାଳରେ ଏକ ସୈନିକ ସ୍କୁଲ ଖୋଲିବା ସହ ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ନାମରେ ଏକ ସ୍ଥାୟୀ ତଥା ସ୍ବତନ୍ତ୍ର ରେଜିମେଣ୍ଟ ସୃଷ୍ଟି ନିମନ୍ତେ କନ୍ଧମାଳ ସାଂସଦ ରାଜ୍ୟ ସରକାରଙ୍କ ପୁରୁଣା ଦାବିକୁ ଦୋହରାଇଛନ୍ତି । ସାଂସଦ ଡ଼ ଅଚ୍ୟୁତ ସାମନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି ।

ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ ଏନେଇ ରାଜନାଥଙ୍କୁ ଚିଠିରେ ଓଡ଼ିଶାର ସମୃଦ୍ଧ ଇତିହାସ, ବିଶେଷ କରି ଇଂରେଜଙ୍କୁ ଭାରତରୁ ବିତାଡିତ କରିବାରେ ଦୁର୍ଦ୍ଧଶ କଳିଙ୍ଗ ବୀରମାନଙ୍କ ପରାକ୍ରମ ଓ ବଳିଦାନ ସମ୍ପର୍କରେ ଉଲ୍ଳେଖକରି ସେନାରେ କଳିଙ୍ଗ ରେଜିମେଣ୍ଟ ସ୍ଥାପନା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ଡ଼ ସାମନ୍ତ। ଭା

ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ସ୍ଥାପିତ ହେଲେ ଓଡ଼ିଶାର ବହୁ ଯୁବକ ଯୁବତୀ ସେନାରେ ସମ୍ମାନ ଓ ଉତ୍ସର୍ଗୀକୃତ ଭାବେ ସାମିଲ ହୋଇ ଦେଶସେବା ପାଇଁ ପ୍ରେରିତ ହେବେ ବୋଲି ଡ଼ ସମାନ୍ତ ଆଶାବ୍ୟକ୍ତ କରିଛନ୍ତି।

ଏନେଇ ତୁରନ୍ତ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣକରି ଓଡ଼ିଶାବାସୀଙ୍କ ଦୀର୍ଘଦିନର ସ୍ବପ୍ନକୁ ସାକାର କରିବାକୁ ଡ଼ ସାମନ୍ତ ରକ୍ଷାମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରି ଦାବିପତ୍ର ପ୍ରଦାନ କରିଛନ୍ତି। କନ୍ଧମାଳ ରାଜ୍ୟର କେନ୍ଦ୍ରସ୍ଥଳରେ ଥିବା ବେଳେ ସୈନିକ ସ୍କୁଲର ଆବଶ୍ୟକତା ରହିଥିବା ଦର୍ଶାଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.