ETV Bharat / state

ଦାଦନ ଦୁଃଖ, ଭିଟାମାଟିରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ - ଦାଦନ ଶ୍ରମିକଙ୍କ ଘରକୁ ଫେରିଲା ମୃତଦେହ

ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । ଘରକୁ ଫେରିଲା ମୃତଦେହ । ଅଧିକ ପଢନ୍ତୁ

ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ

author img

By ETV Bharat Odisha Team

Published : Sep 17, 2023, 10:47 PM IST

ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ । ଦୁଇ ପଇସା ରୋଜଗାର କରି ଘର ତିଆରି କରିବା ଆଶାରେ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିଲେ ଶ୍ରମିକ । ହେଲେ ଶ୍ରମିକ ତ ଫେରିଲେନି ହେଲେ ଭିଟାମାଟିକୁ ଫେରିଲା ତାଙ୍କ ମୃତଦେହ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବନ୍ଧଗଡ଼ ପଞ୍ଚାୟତ ବାଲକି ଡାଡି ଗାଁରେ ।

ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ବାଲକି ଡାଡି ଗାଁର ଟଳି ଦିଗାଲ ନିଜ ଅଞ୍ଚଳରେ କାମ ଅଭାବରୁ ବେଙ୍ଗାଲୁରୁ ଯାଇଥିଲେ । ବାହାର ରାଜ୍ୟରେ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବାର ଅନେକ ସ୍ବପ୍ନ ଦେଖିଥିଲେ । ତେବେ ଗତ 31 ତାରିଖରେ କାମ କରୁଥିବା ସମୟରେ ହଠାତ ଏକ କାଠ ଗଣ୍ଡି ତାଙ୍କ ଗୋଡ଼ରେ ଚାପି ହୋଇଥଲା । ଫଳରେ ସେ ଗୁରୁତର ଆହତ ହୋଇଥଲେ । କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ବାଙ୍ଗଲୁରୁର AJ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଦୁର୍ଘଟଣାରେ ତାଙ୍କର ଦୁଇଟି ଗୋଡ଼ ନଷ୍ଟ ହୋଇଥିବା ବେଳେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କମ୍ପାନୀ ସୂଚନା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ..ଦାଦନ ଦୁଃଖ, ପୁଅ ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ

ଅନ୍ୟପଟେ ଘଟଣା ସଂକ୍ରାନ୍ତରେ ବେଙ୍ଗାଲୁରୁରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ବେଳେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିଥିଲା । ପରେ ବାଙ୍ଗଲୁରୁ ରୁ ଏକ ବିମାନ ଯୋଗେ ମୃତଦେହକୁ ଭୁବନେଶ୍ୱର ଆଣିଯାଇଥିଲା । ବିମାନବନ୍ଦରରୁ ଆମ୍ବୁଲାନ୍ସ ସାହାଯ୍ୟରେ ନିଜ ଗାଁ ବାଲକି ଡାଡିକୁ ଆସି ପହଞ୍ଚିଛି ମୃତଦେହ । ଗାଁରେ ମୃତଶରୀର ପହଞ୍ଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ.. ସରୁନି ଦାଦନ ଦୁଃଖ, ଅନ୍ୟ ରାଜ୍ୟରୁ ଘରକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ଜିଲ୍ଲାରେ କାମଧନ୍ଦା ଅଭାବରୁ ଭିଟାମାଟି ଛାଡି ଅନେକ ଶ୍ରମିକ କାମଧନ୍ଦା ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ହେଲେ ଅନେକ ସମୟରେ ଠିକାଦାରଙ୍କ ପ୍ରଲୋଭନର ଶୀକାର ହୋଇ ଅନେକ ଶ୍ରମିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ଶ୍ରମିକ । ଏହାସହ ଅନେକ ସମୟରେ ଶ୍ରମିକ ବନ୍ଧ ହିସାବରେ ରହିବା ସହ ଅନେକ ନିର୍ଯାତନାର ଶିକାର ହେଉଥିବା ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି । କିଏ ଶ୍ରମ ପାଇଁ ଯାଇ ନିଜର ଅଙ୍ଗ ହରାଉଛି ତ ଆଉ କିଏ ଜୀବନ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.