ETV Bharat / state

ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳର ଝିଅ - ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳର ଝିଅ

ଜାତୀୟ ସ୍ତରର ବିୟୁଟି ପ୍ରତିଯୋଗିତାରେ ଚମକିବେ ଓଡ଼ିଆ ଝିଅ । ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣୀ ଗ୍ରାମର ମେଲିସା ନାୟକ । ଅନ୍ ଲାଇନରେ ସିଲେକ୍ଟ ହୋଇ ପ୍ରତିଯୋଗିତା ପାଇଁ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି ।

ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳର ଝିଅ
ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳର ଝିଅ
author img

By

Published : Oct 9, 2020, 8:07 PM IST

Updated : Oct 9, 2020, 8:31 PM IST

ଫୁଲବାଣୀ: ଜାତୀୟ ସ୍ତରର ବିୟୁଟି ପ୍ରତିଯୋଗିତାରେ ଚମକିବେ ଓଡ଼ିଆ ଝିଅ । ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣୀ ଗ୍ରାମର ମେଲିସା ନାୟକ । ଅନ୍ ଲାଇନରେ ସିଲେକ୍ଟ ହୋଇ ପ୍ରତିଯୋଗିତା ପାଇଁ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି ।

ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳର ଝିଅ

ମେଲିସା ନାୟକ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ବିଏସସି ତୃତୀୟ ବର୍ଷର ଛାତ୍ରୀ । ଗତ ଅକ୍ଟୋବରରେ ଅନଲାଇନରେ ମିସ୍ ଟିନ୍ ଡିଭା-୨୦୨୦ର ଟେଷ୍ଟ୍ ଦେଇଥିଲେ ମେଲିସା । ଆଜି ଏହାର ଫଳାଫଳ ଆସିଛି । ତିନି ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି । ଜଣେ ଭୁବନେଶ୍ବରର ହୋଇଥିବାବେଳେ ଅନ୍ୟଜଣେ ହେଉଛନ୍ତି ମେଲିସା ।

ଆଜି ମେଲିସାଙ୍କୁ ଇ-ମେଲ ଆସିଥିଲା । ହେଲେ ବିଡମ୍ବନାର ବିଷୟ ଯେ ଏତେ ବଡ଼ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିବା ସତ୍ତ୍ବେ ମେଲିସାଙ୍କ ଆର୍ଥିକ ସ୍ଵଚ୍ଛଳତା ନାହିଁ । କୌଣସି ବ୍ୟକ୍ତି ଅବା ସ୍ପନସର୍‌ ଏପରି ପ୍ରଫେସନାଲ ପ୍ରତିଯୋଗିତା ପାଇଁ ସହଯୋଗ ଓ ସହାୟତା କଲେ ସେ ଭଲ କରିବା ଆଶା ରଖିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Oct 9, 2020, 8:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.