ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଖ୍ରୀଷ୍ଟମାସ ଉତ୍ସବ। ସୋମବାର ଫୁଲବାଣୀ ସମେତ ଜିଲ୍ଲାର ବାପଟିଷ୍ଟ ଚର୍ଚ୍ଚ ମାନଙ୍କରେ କ୍ୟାରୋଲ ପାଠ ସହ ପ୍ରଭୁ ଯୀଶୁଙ୍କ ନାମରେ ସଙ୍ଗୀତ ଗାନ ଓ ସମୂହ ପ୍ରାର୍ଥନା କରାଯାଇଛି । ଆଜି ସନ୍ଧ୍ୟାରେ ଖ୍ରୀଷ୍ଟମାସ ଟ୍ରି ସହିତ ଖ୍ରୀଷ୍ଟ ଜନ୍ମ ଉତ୍ସବ ଆୟୋଜନ କରାଯିବ।
ଜିଲ୍ଲାର ତିନି ଶହରୁ ଅଧିକ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ଗତକାଲି କ୍ୟାରୋଲ ଓ ପ୍ରାର୍ଥନା କରାଯାଇଛି । ଆଜି ସନ୍ଧ୍ୟାରେ ଖ୍ରୀଷ୍ଟମାସ ପର୍ବ ଓ ଯୀଶୁଙ୍କ ଜନ୍ମୋତ୍ସଵ ପାଇଁ ଚର୍ଚ୍ଚମାନଙ୍କରେ ବିଶେଷ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ