ETV Bharat / state

ହତ୍ୟା ପରେ ଆତଙ୍କର ମାହୋଲ: ଚବିଶ ଘଣ୍ଟା ପରେ ବି ପୋଲିସ ହାତ ଖାଲି - କନ୍ଧମାଳ ନୃଶଂସ ହତ୍ୟାକାଣ୍ଡ ଖବର

କନ୍ଧମାଳ ସାରଙ୍ଗଡ଼ ଥାନା ଅଞ୍ଚଳରେ ଗତକାଲି ନୃଶଂସ ହତ୍ୟାକାଣ୍ଡ ପରେ ଆତଙ୍କର ବାତାବରଣ ଖେଳିଯାଇଛି ।ହତ୍ୟାକାଣ୍ଡର ଚବିଶ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀଙ୍କୁ ପୋଲିସ୍ ଗିରଫ କରିପାରିନାହିଁ । ଅଧିକ ପଢନ୍ତୁ...

kandhamal-brutal-murder-case-accused-not-arrested
ହତ୍ୟା ପରେ ଆତଙ୍କର ମାହୋଲ: ଚବିଶ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି
author img

By

Published : Feb 9, 2020, 9:59 PM IST

ଫୁଲବାଣୀ: ଗତକାଲି ନୃଶଂସ ହତ୍ୟାକାଣ୍ଡ ପରେ ଆତଙ୍କର ବାତାବରଣ ଖେଳିଯାଇଛି କନ୍ଧମାଳ ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ଗାଁରେ । ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଲୋକେ କାହା ସହିତ କଥା ହେଉ ନଥିବା ବେଳେ ଗାଁରେ କେବଳ ମାଳ ମାଳ ପୋଲିସ ।

ହତ୍ୟା ପରେ ଆତଙ୍କର ମାହୋଲ: ଚବିଶ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି

ରବିବାର ଘୁ.ଉଦୟଗିରୀ ଏସଡିପିଓ ଓ ତିନୋଟି ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଜବତ କରିବା ପରେ ଘୁ.ଉଦୟଗିରୀ ମେଡିକାଲରେ ବ୍ୟବେଚ୍ଛଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ହତ୍ୟା କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତଙ୍କୁ ପୋଲିସ୍ ଧରି ନଥିବାରୁ ଆତଙ୍କର ବାତାବରଣ ଲାଗିରହିଛି। ସାଇଣ୍ଟିଫିକ ଟିମ ମଧ୍ୟ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ହତ୍ୟାକାଣ୍ଡର ଚବିଶ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀଙ୍କୁ ପୋଲିସ୍ ଗିରଫ କରିପାରିନଥିବାରୁ ଭୟର ବାତାବରଣ ଲାଗିରହିଛି। ତିନୋଟି ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ହେଁ ହତ୍ୟାକାରୀଙ୍କ ଟେର ପାଇପାରିନାହିଁ। ଶନିବାର ସନ୍ଧ୍ୟାରେ ପାବୁରିଆ ଛକରେ ସଚିଦାନନ୍ଦ ନାୟକଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ଛକରେ ଗତ କାଲି ନୃଶଂସ ହତ୍ୟାକାଣ୍ଡ ପରେ ଆତଙ୍କର ବାତାବରଣ ଗାଁ ସହିତ ଏହି ଅଞ୍ଚଳରେ । ଆଜି ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଲୋକେ କାହା ସହିତ କଥା ହେଉ ନଥିବା ବେଳେ ଗାଁରେ କେବଳ ମାଳ ମାଳ ପୋଲିସ୍ ।
Body:ଆଜି ଘୁ.ଉଦୟଗିରୀ ଏସଡିପିଓ ଓ ତିନିଟି ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ଜବତ କରିବା ପରେ ଘୁ.ଉଦୟଗିରୀ ମେଡିକାଲରେ ବ୍ଯବେଚ୍ଛଦ ପରେ ପରିବାରକୁ ଦିଆଯାଇଛି । ହତ୍ୟା କରି ଫେରାର ହୋଇ ଯାଇଥିବା ଦୁର୍ବୃତ୍ତ ମାନଙ୍କୁ ପୋଲିସ୍ ଧରି ନଥିବାରୁ ଆତଙ୍କର ବାତାବରଣ ଲାଗିରହିଛି। ସାଇଣ୍ଟିଫିକ ଟିମ ମଧ୍ୟ ହତ୍ୟା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। Conclusion:ଚବିଶ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀଙ୍କୁ ପୋଲିସ୍ ଗିରଫ କରିପାରିନଥିବାରୁ ଭୟର ବାତାବରଣ ଲାଗିରହିଛି। ତିନୋଟି ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ହେଁ ହତ୍ୟାକାରୀଙ୍କ ଟେର୍ ପାଇନାହିଁ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.