ETV Bharat / state

ଆଇଆରବି ଯବାନଙ୍କ କଳା କାରନାମା, ମୁଖାପିନ୍ଧି ଡକାୟତି ଉଦ୍ଯମ

author img

By

Published : Oct 14, 2020, 10:26 PM IST

ମୁଖାପିନ୍ଧି ବ୍ଲକ କର୍ମଚାରୀଙ୍କ ଘରେ ପଶି ଶିଶୁ ଗଳାରେ ଛୁରୀ ଲଗାଇ ଡକାୟତି କଲେ ଆଇଆରବି ଯବାନ। ଏଭଳି ଏକ ଘଟଣା ଘଟିଛି ବାଲିଗୁଡା ବ୍ଲକ କଲୋନୀ ଅଞ୍ଚଳରେ । ଅଧିକ ପଢନ୍ତୁ...

irb jawan attempt to robbery in baliguda kandhamal
ଆଇ.ଆର.ବି ଯବାନଙ୍କ କଳା କାରନାମା; ମୁଖା ପିନ୍ଧି ଡକାୟତି ଉଦ୍ଯମ

ଫୁଲବାଣୀ: ରକ୍ଷକ ସାଜିଲା ଭକ୍ଷକ। ବିପଦ ବେଳେ ଯାହା ପାଖକୁ ମଣିଷ ସାହାଯ୍ୟ ଆଶାରେ ଧାଇଁଯାଏ ଯଦି ସିଏ ହିଁ ସର୍ବସ୍ବ ଲୁଟି ନେବ ତେବେ କାହାକୁ ବିଶ୍ବାସ କରିବ। ଏଭଳି ଏକ ଘଟଣା ଘଟିଛି ବାଲିଗୁଡା ବ୍ଲକ କଲୋନୀ ଅଞ୍ଚଳରେ । ମୁଖା ପିନ୍ଧି ବ୍ଲକ କର୍ମଚାରୀଙ୍କ ଘରେ ପଶି ଛୋଟ ପିଲା ବେକରେ ଛୁରୀ ଲଗାଇ ଡକାୟତି କଲେ ଆଇଆରବି ଯବାନ । ଡକାୟତି ସମୟରେ ଯବାନଙ୍କ ଛୁରା ମାଡ଼ରେ ତିନି ଜଣ ଆହତ l ତିନି ଜଣଙ୍କ ମଧ୍ୟରେ ଦୁଇ ବ୍ଲକ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ସମ୍ପର୍କୀୟ ଅଟନ୍ତି l

ସୂଚନା ଅନୁଯାୟୀ ବାଲିଗୁଡା ବ୍ଲକ ଅଫିସର କର୍ମଚାରୀ ଅଭିଜିତ ପ୍ରଧାନ ନିଜ କ୍ଵାଟରରେ ଥିବା ବେଳେ ହଠାତ ଜଣେ ମୁଖା ପିନ୍ଧି ଘର ଭିତରକୁ ପଶି ଆସିଥିଲା l ଅଭିଜିତଙ୍କ ଛୋଟ ଝିଅକୁ ଉଠେଇ ନେଇ ବେକରେ ଛୁରୀ ଲଗାଇ ସୁନା ଓ ଟଙ୍କା ଦାବି କରିଥିବା ବେଳେ ଭୟଭୀତ ହୋଇ ସୁନା ବଦଳରେ ରୁପା ଥିବା କହିଥିଲେ ଅଭିଜିତ l ଏତିକି ବେଳେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ଯବାନ ଜଣକ l ଅନ୍ୟ ଜଣେ ମହିଳା କର୍ମଚାରୀ ପଡୋଶୀ କ୍ଵାଟରରୁ ବାହାରକୁ ବାହାରିବା ପରେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଯବାନ ଜଣକ l

ଚିତ୍କାର ଶୁଣି ବ୍ଲକ କର୍ମଚାରୀ ଓ ସ୍ଥାନୀୟ ଲୋକେ ପହଞ୍ଚି ଉକ୍ତ ଯବାନଙ୍କୁ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ l ମୁଖା ବାହାର କରିବା ପରେ ସେ ଆଇ.ଆର.ବି ଯବାନ ବୋଲି ଜଣା ପଡିଥିଲା l ତେବେ ଏନେଇ ଅଧିକ ତଦନ୍ତ ଚାଲିଛି ଏବଂ ସଂପୃକ୍ତ ଯବାନଙ୍କୁ ପଚରାଉଚୁରା ଜାରି ରହିଛି ବୋଲି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.