ETV Bharat / state

ବାଲିଗୁଡ଼ା ପୋଲିସ ହାତରେ ଆନ୍ତଃ ଜିଲ୍ଲା ଡକାୟତ - ଆନ୍ତଃ ଜିଲ୍ଲା ଡକାୟତ

ପିସ୍ତଲ ଓ ଭୁଜାଲି ଜବତ କରିବା ସହ ଦୁଇ ତିନିଜଣ ଆନ୍ତଃ ଜିଲ୍ଲା ଡକାୟତ ଟିମକୁ ଧରିବାରେ ସଫଳ ହୋଇଛି ବାଲିଗୁଡ଼ା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Oct 30, 2019, 2:48 AM IST

କନ୍ଧମାଳ: ଆନ୍ତଃ ଜିଲ୍ଲା ଡକାୟତ ଟିମକୁ ଧରିବାରେ ସଫଳ ହୋଇଛି ବାଲିଗୁଡା ପୋଲିସ । ସୋମବାର ରାତିରେ ସୁଡ୍ରା ପଞ୍ଚାୟତର ପାଲାମୀ ଗାଁରେ ପଶିଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଥିଲେ ଗ୍ରାମବାସୀ । ପରେ ଉଭୟଙ୍କୁ ବାନ୍ଧି ମାଡ ମାରିବା ପରେ ପୋଲିକୁ ହସ୍ତାନ୍ତର କରିଥିଲେ ।

ବାଲିଗୁଡ଼ା ପୋଲିସ ହାତରେ ଆନ୍ତଃ ଜିଲ୍ଲା ଡକାୟତ

ଏହି ଗ୍ୟାଙ୍ଗର ଅନ୍ୟ ଜଣଙ୍କୁ ପୋଲିସ ପରେ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଡକାୟତଙ୍କ ଠାରୁ ଗୋଟିଏ ପିସ୍ତଲ ଓ ଭୁଜାଲି ଜବତ କରିଛି ପୋଲିସ । ଗିରଫ ଡକାୟତ ମାନେ ହେଲେ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ମୋହନଗିରିର ଦାସ ଭିତିରିଆ ଓ ପାଣ୍ଡାକମଲ ଗାଁ ର ହେମନ୍ତ ସାହୁ ଏବଂ ବାଲିଗୁଡା ଥାନା ଅନ୍ତର୍ଗତ ଗଟଣି ଗାଁର ଗିରି ଛତ୍ରିଆ।

ଏହି ଡକାୟତ ଟିମ୍ ଅନେକ ଜିଲ୍ଲାରେ ଡକାୟତି ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ। ସେଥିପାଇଁ ବିଭିନ୍ନ ଜିଲ୍ଲାକୁ ଏ ସମ୍ପର୍କରେ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ଥାନା ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:XBody:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.