ETV Bharat / state

ହିନ୍ଦୁ ଧର୍ମ ପ୍ରତି ଅପମାନଜନକ ମନ୍ତବ୍ୟକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଦାବିପତ୍ର

କନ୍ଧମାଳ ଜିଲ୍ଲାରେ କିଛି ଅସାମାଜିକ ବ୍ୟକ୍ତିଙ୍କର ହିନ୍ଦୁ ଧର୍ମ ପ୍ରତି ଅପମାନଜନକ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି କନ୍ଧମାଳର ବ୍ରାହ୍ମଣ ସମିତି । ଅଧିକ ପଢନ୍ତୁ...

Insulting behaviour against hindu culture, protest in kandhmal district
ହିନ୍ଦୁ ଧର୍ମ ପ୍ରତି ଅପମାନଜନକ ମନ୍ତବ୍ୟକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଦାବିପତ୍ର
author img

By

Published : Oct 30, 2020, 8:37 AM IST

ଫୁଲବାଣୀ: ରାଜ୍ୟରେ ଆସାମାଜିକ ଲୋକ ଅଶାନ୍ତି ସୃଷ୍ଟି କରୁଛନ୍ତି । ଲୋକଙ୍କର ଅସାମାଜିକ କାର୍ଯ୍ୟକଳାପ ପାଇଁ ଜିଲ୍ଲାର ଶାନ୍ତି ନଷ୍ଟ ହେଉଛି । କନ୍ଧମାଳ ଏକ ଶାନ୍ତିପୂର୍ଣ୍ଣ ଜିଲ୍ଲା ହୋଇଥିବା ବେଳେ କିଛି ଗୋଷ୍ଠୀ ଦିନ୍ଦୁ ଧର୍ମ, ବେଦ ବେଦାନ୍ତ, ସଂସ୍କୃତି ଓ ବ୍ରହ୍ମାଣବାଦକୁ ନେଇ ଖରାପ ମନ୍ତବ୍ୟ ଦେଉଛନ୍ତି । ଏହାକୁ ବିରୋଧ କରି କନ୍ଧମାଳ ଜିଲ୍ଲା ବ୍ରାହ୍ଣଣ ସମତି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।

ହିନ୍ଦୁ ଧର୍ମ ପ୍ରତି ଅପମାନଜନକ ମନ୍ତବ୍ୟକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଦାବିପତ୍ର

ବିଭିନ୍ନ ସମୟରେ ଲୋକଙ୍କୁ ହିନ୍ଦୁଧର୍ମ ଭାବନା ଓ ବ୍ରାହ୍ମଣବାଦ କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଅସାମାଜିକ ଲୋକ । ହିନ୍ଦୁ ସମ୍ପ୍ରଦାୟକୁ ନେଇ ବିଭିନ୍ନ ବିଭ୍ରାନ୍ତକର ମତ ଦେଇଛନ୍ତି କନ୍ଧମାଳର କିଛି ଆସାମାଜିକ ସଂଘଟନ । ଧର୍ମ ସମ୍ପ୍ରଦାୟକୁ ନେଇ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ମିଛ କଥା ପ୍ରଚାର କରୁଥିବାର ଦେଖିବାକୁ ମିଳିଛି ।

ତେବେ ଅସାମାଜିକ ଲୋକଙ୍କର ହିନ୍ଦୁ ଧର୍ମ ପ୍ରତି ଏପରି ଅପମାନଜନକ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି କନ୍ଧମାଳର ବ୍ରାହ୍ମଣ ସମିତି । ଏ ନେଇ ବ୍ରାହ୍ଣଣ ସମିତିର ପ୍ରତିନିଧିମଣ୍ଡଳୀ ପକ୍ଷରୁ ଫୁଲବାଣୀରେ ଜିଲ୍ଲାପାଳ ଓ ଏସପିଙ୍କୁ ଏକ ଦାବିପତ୍ର ଦିଆହୋଇଛି । ଆସାମାଜିକ ଲୋକଙ୍କ ଏପରି କର୍ଯ୍ୟକୁ ରୋକିବା ସହ ଜିଲ୍ଲାରେ ଶାନ୍ତି ସଭାବ ରକ୍ଷା ପାଇଁ ସରକାର ବ୍ୟବସ୍ଥା କରିବାକୁ ଦାବି କିରିଛନ୍ତି ଜିଲ୍ଲା ବ୍ରାହ୍ମଣ ସମିତି ।

କନ୍ଧମାଳରୁ ସଦାଶିଵ ପାତ୍ର, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.