ETV Bharat / state

କନ୍ଧମାଳରୁ ବିପୁଳ ମାଓ ସାମଗ୍ରୀ ଜବତ, ପୋଲିସ ଟାର୍ଗେଟରେ ମାଓ ନେତ୍ରୀ ମମତା

author img

By

Published : Oct 16, 2022, 8:31 PM IST

କାଣାସାଲୁ ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ । ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ମୃତ । ଘଟଣାର ୫ଦିନ ପରେ ମୃତଦେହକୁ ମାଟିରେ ପୋତିଲା ପୋଲିସ । ଅଧିକ ପଢନ୍ତୁ

କନ୍ଧମାଳରୁ ବିପୁଳ ମାଓ ସାମଗ୍ରୀ ଜବତ
କନ୍ଧମାଳରୁ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ: ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଏସଓଜି ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ । ଏହି ଘଟଣାର ୪ଦିନ ପରେ ମହିଳା ମାଓବାଦୀଙ୍କ ମୃତଦେହକୁ ଆଜି ପୋଲିସ ପକ୍ଷରୁ ମାଟିରେ ପୋତି ଦିଆଯାଇଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ହସ୍ତଗତ ହୋଇପାରିନାହିଁ ।

କନ୍ଧମାଳରୁ ବିପୁଳ ମାଓ ସାମଗ୍ରୀ ଜବତ

ଏସଓଜି ଏବଂ ଡିଭିଏଫ ବାହିନୀ ପକ୍ଷରୁ ସଂପୃକ୍ତ ସ୍ଥାନରେ ହୋଇଥିବା ସର୍ଚ୍ଚ ଅପରେସନରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଏନେଇ ସ୍ଥାନୀୟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରଓ୍ବ।ଲ । ପୋଷାକ, ଔଷଧ, ସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି । ଏସବୁ ଜିନିଷ ଘଟଣା ସ୍ଥଳରୁ କିଛି ଦୂରରେ ରଖାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ବାଲିଗୁଡା ଥାନା ଅନ୍ତର୍ଗତ କାଣାସାଲୁ ଜଙ୍ଗଲରେ କେକେବିଏନ ମାଓବାଦୀ ରହିଥିବା ସୂଚନା ପାଇଥିଲା ସୁରକ୍ଷା ବାହିନୀ । ଏହାପରେ ସୁରକ୍ଷା ବାହିନୀ ପକ୍ଷରୁ ଗତ ୯ ତାରିଖ ଦିନ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଏହାପରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Encounter In Kandhamal: ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

ମୃତ ମହିଳା ମାଓବାଦୀ ଜଣକ ଛତିଶଗଡ଼ କ୍ୟାଡରର ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳି ପାରିନାହିଁ । ଏଠାରେ ୨୦ରୁ ଅଧିକ ମାଓବାଦୀ ରହିଥିବା ପୋଲିସ ଅନୁମାନ କରୁଥିବା ବେଳେ ଡିସିଏମ ମମତା ଏହି ଦଳର ନେତୃତ୍ୱ ନେଉଥିବା ଏସପି ସୂଚନା ଦେଇଛନ୍ତି । ତେବେ ଏହି ଅପରେସନ ବେଳେ ମାଓ ନେତ୍ରୀ ମମତା ଖସି ପଳାଇବା ପରେ ପୋଲିସ ତାକୁ ଟାର୍ଗେଟ କରିଛି ।

ମାଓ ପ୍ରବଣ ଅଞ୍ଚଳରେ ଗୁଡିକରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ କରାଯାଉଛି । କନ୍ଧମାଳରେ କେକେବିଏନ(କନ୍ଧମାଳ କଳାହାଣ୍ଡି ଗଜପତି ମାଓ ସଂଗଠନ ) ମାଓ ସଂଗଠନର ଦୁଇଟି ଗୃପ ସକ୍ରିୟ ରହିଥିବା ଜଣା ପଡିଛି । ଗୋଟିଏ ଗୃପରେ ଡିସିଏମ ମମତା ମୁଖ୍ୟ ଥିବା ବେଳେ ଅନ୍ୟ ଏକ ଗୃପରେ ଡିସିଏସ ଦାସୁରୁ ମୁଖ୍ୟ ରହିଛି ବୋଲି ପୋଲିସ ଅନୁମାନ କରୁଛି । ମାଓ ନେତା ଡିସିଏସ ଦାସୁରୁ ମୁଣ୍ଡରେ ୮ ଲକ୍ଷ ଟଙ୍କା ରହିଥିବା ବେଳେ ଡିସିଏମ ମମତା ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି । ସେହିପରି କନ୍ଧମାଳ ଜିଲ୍ଲାର ସୀମାନ୍ତ ମୁନିଗୁଡା ଓ ମ.ରାମପୁର ଅଞ୍ଚଳରେ ବିଜିଏନ (ବଂଶଧରା, ଘୁମୁସୁର ନାଗାବଳୀ ମାଓ ଡିଭିଜନ ) କାମ କରୁଛି। ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦର ୭୨ ଘଣ୍ଟା ପରେ ମୃତ ମହିଳା ମାଓବାଦୀଙ୍କ ମୃତଦେହକୁ ପୋଲିସ ପକ୍ଷରୁ ପୋତି ଦିଆ ଯାଇଛି । ସଂପୃକ୍ତ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସପି ବିନୀତ ଅଗ୍ରଓ୍ବ।ଲ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.