ETV Bharat / state

କନ୍ଧମାଳ ପୋଲିସର କମ୍ବିଂ ଅପରେସନ, ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ ପୋଲିସକୁ ମିଳିଛି ବଡ ସଫଳତା । ଏସଓଜି ଓ ଡିଭିଏଫର ସର୍ଚ୍ଚ ଅପରେଶନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ

କନ୍ଧମାଳ ପୋଲିସର କମ୍ବିଂ ଅପରେସନ, ବିପୁଳ ମାଓ ସାମଗ୍ରୀ ଜବତ
କନ୍ଧମାଳ ପୋଲିସର କମ୍ବିଂ ଅପରେସନ, ବିପୁଳ ମାଓ ସାମଗ୍ରୀ ଜବତ
author img

By

Published : Jun 12, 2022, 4:09 PM IST

ଫୁଲବାଣୀ: କନ୍ଧମାଳ ପୋଲିସକୁ ମିଳିଛି ବଡ ସଫଳତା । ଏସଓଜି ଓ ଡିଭିଏଫର ସର୍ଚ୍ଚ ଅପରେଶନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲୋଟିନ ଷ୍ଟିକ, ହାତ ତିଆରି ଇନସାସ ମାଗାଜିନ, ୟୁନିଫର୍ମ, ଔଷଧ, ଗର୍ଭ ନିରୋଧକ ବଟିକା, ସୋଲାର ପ୍ଲେଟ, ମାଓବାଦୀ ପୁସ୍ତିକା ଭଳି ଜିନିଷ । ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଶୀକେତା ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ଏସବୁ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି ବିନିତ ଅଗ୍ରଓ୍ବାଲ ଆଜି(ରବିବାର) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କନ୍ଧମାଳ ପୋଲିସର କମ୍ବିଂ ଅପରେସନ, ବିପୁଳ ମାଓ ସାମଗ୍ରୀ ଜବତ

ଏକ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଏସଓଜି ଏବଂ ଡିଭିଏଫ ଯବାନଙ୍କ ଦ୍ବାରା ମିଳିତ କମ୍ବିଂ ଅପରେସନ କରାଯାଇଥିଲା । ଅପରେସନ ବେଳେ ସଶୀକେତା ଗ୍ରାମ ନିକଟରେ ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫା ଭିତରେ ଏହି ସବୁ ସାମଗ୍ରୀ ଲୁଚାଇ ରଖାଯାଇଥିବା ଦେଖାଯାଇଥିଲା । ତେବେ ସର୍ଚ୍ଚ ଅପରେସନରୁ ବିପୁଳ ପରିମାଣର ଗର୍ଭ ନିରୋଧକ ବଟିକା ଓ ଗର୍ଭ ପରୀକ୍ଷଣ କିଟ୍‌ ମିଳିବା ଘଟଣାରୁ ମାଓ କ୍ୟାମ୍ପ ମାନଙ୍କରେ ମହିଳା କ୍ୟାଡର ମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସ୍ପଷ୍ଟ ହେଉଛି ବୋଲି ଏସପି କହିଛନ୍ତି ।

ମାଓବାଦୀ ମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଥିଲେ ବି ପୋଲିସ ନଜରରେ କୌଣସି ମାଓବାଦୀ ପଡିନାହାନ୍ତି । ଲାଲ ବାହିନୀର କେକେବିଏନ ସଂଗଠନ କାର୍ଯ୍ୟ କରୁଥିବା କହିଛନ୍ତି ଏସପି । ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.