ETV Bharat / state

ବର୍ଷା ଧୋଇନେଲା ଡାଇଭରସନ ରୋଡ୍, ଯୋଗାଯୋଗ ବିଚ୍ଛିନ୍ନ - kandhamal

ପ୍ରବଳ ବର୍ଷା କାରଣରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ବାଟାଗୁଡାଠାରେ ଏକ ନିର୍ମାଣାଧିନ ପୋଲର ଡାଇଭରସନ ରାସ୍ତା ଧୋଇ ଯାଇଛି । କନ୍ଧମାଳ ଏବଂ କଳାହାଣ୍ଡି ମଧ୍ୟରେ ଯାତାୟତ ବିଚ୍ଛିନ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 12, 2019, 6:54 PM IST

ଫୁଲବାଣୀ: ନିକଟରେ ଲଗାଣ ବର୍ଷା ପ୍ରଭାବରେ ମାଲକାନଗିରି ଓ ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ଥିଲା । ଏବେ ସେହି ସମାନ ଦଶା କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ବାଲିଗୁଡା ବାଟାଗୁଡାସ୍ଥିତ ଏକ ନିର୍ମାଣାଧିନ ପୋଲର ଡାଇଭରସନ ରାସ୍ତା ଧୋଇ ଯାଇଛି । ଫଳରେ କନ୍ଧମାଳ ଏବଂ କଳାହାଣ୍ଡି ମଧ୍ୟରେ ଯାତାୟତ ବିଚ୍ଛିନ୍ନ ହୋଇଛି ।

ରାଜ୍ୟରେ ଲାଗିରହିଛି ବର୍ଷା । ତେବେ ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡିଶାରେ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସବୁ ନଦୀରେ ବନ୍ୟା ସୃଷ୍ଟି ହୋଇଛି । ବନ୍ୟା ଜଳ ଯୋଗୁଁ ହଠାତ୍ ରାସ୍ତାରେ ପାହାଡି ପାଣି ମାଡି ଆସିଥିଲା । ଫଳରେ ନିର୍ମାଣଧିନ ପୋଲ ଡାଇଭରସନ ରାସ୍ତା ଧୋଇ ଯାଇଛି ।

ସେପଟେ ସୋମବାର ଏନଏଚ୍ 59 ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି । ବର୍ତ୍ତମାନ କନ୍ଧମାଳରୁ କଳାହାଣ୍ଡି ରାୟଗଡା ରାୟପୁର ପ୍ରଭୃତିକୁ ରାସ୍ତା ବନ୍ଦ । ଏପଟେ ବର୍ଷା କାରଣରୁ ମରାମତି କାମ କରାଯିବା ସମ୍ଭବ ହେଉନାହିଁ । ଫଳରେ ଶହ ଶହ ଗାଡ଼ି ଅଟକି ରହିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ବାଟାଗୁଡା ଠାରେ ନିର୍ମାଣାଧୀନ ଜାତୀୟ ରାଜପଥ ପୋଲର ଡାଇଭରସନ୍ ରାସ୍ତା ଧୋଇ ହୋଇ ଯିବାରୁ କନ୍ଧମାଳ ଓ କଳାହାଣ୍ଡି ମଧ୍ୟରେ ସଡକ ଯୋଗା ଯୋଗ ବିଛିନ୍ନ ହୋଇଛି । ପ୍ରବଳ ବର୍ଷା ଯୋଗୁ ହଠାତ୍ ରାସ୍ତାରେ ପାହାଡି ପାଣି ମାଡି ଆସିଥିଲା ।Body:କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି ।
ସବୁ ନଦୀରେ ବନ୍ୟା ଜଳ । ପୁଣି ଆଜି ଏନ୍ ଏଚ୍ 59 କଟିଯାଇଛି ।କନ୍ଧମାଳରୁ କଳାହାଣ୍ଡି ରାୟଗଡା ରାୟପୁର ପ୍ରଭୃତିକୁ ରାସ୍ତା ବନ୍ଦ । Conclusion:ବର୍ଷା ହେତୁ ମରାମତି କାମ କରାଯିବା ସମ୍ଭବ ହେଉନାହିଁ । ଶହ ଶହ ଗାଡ଼ି ଅଟକି ରହିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.