ETV Bharat / state

କନ୍ଧମାଳରେ ବର୍ଷା ଜାରି, ଫୁଲୁଛି ସାଲୁଙ୍କି ନଦୀ - salunki river

ସହରର 2 ନମ୍ବର ୱାର୍ଡ ଡାକପଲା ଓ ଦାମି ଗାଁକୁ ଥିବା ରାସ୍ତା ଉପରେ 5 ଫୁଟର ପାଣି ଚାଲୁଛି। ଅତ୍ୟଧିକ ବର୍ଷା ଯୋଗୁଁ ଫୁଲି ଉଠିଛି ସାଲୁଙ୍କି ନଦୀ। ଅଧିକ ପଢନ୍ତୁ...

କନ୍ଧମାଳରେ ବର୍ଷା ଜାରି, ଫୁଲୁଛି ସାଲୁଙ୍କି ନଦୀ

author img

By

Published : Aug 20, 2020, 4:36 PM IST

ଫୁଲବାଣୀ: ଜିଲ୍ଲାରେ ଗତ 12 ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ସମସ୍ତ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରଭାବିତ ହେଉଛି । ନଦୀ ଅବବାହିକା ଗାଁ ସବୁ ବିଚ୍ଛିନ୍ନ ହୋଇଯାଇଛି। ଫୁଲବାଣୀର ପ୍ରମୁଖ ସାଲୁଙ୍କି ନଦୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ସହରର 2 ନମ୍ବର ୱାର୍ଡ ସହିତ 7 ଖଣ୍ଡ ଗାଁକୁ ଯିବା ଆସିବା ବନ୍ଦ ରହିଛି। ଡାକପଲା ନିକଟରେ ଡ୍ୟାମ ରାସ୍ତାରେ 5 ଫୁଟ ଉଚ୍ଚ ପାଣି ଚାଲିଛି।

ସହରର 2 ନମ୍ବର ୱାର୍ଡ ଡାକପଲା ଓ ଦାମି ଗାଁକୁ ଥିବା ରାସ୍ତା ଉପରେ 5 ଫୁଟ ପାଣି ଚାଲିଛି। ସାଲୁଙ୍କି ନଦୀ ଫୁଲି ଉଠିଛି । ସେହିପରି ପିଲା ସାଲୁଙ୍କି, ରାଉଳ, ଉତେଇ, ଖଡଗ, କରାସର, ପ୍ରଭୃତି ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ସହିତ ବିପଦ ସଂକେତରେ ଚାଲିଛି। କିଛି ମାଟି ଘର ଭାଙ୍ଗିଛି ।

କନ୍ଧମାଳରେ ବର୍ଷା ଜାରି, ଫୁଲୁଛି ସାଲୁଙ୍କି ନଦୀ

ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତ ବିଚ୍ଛିନ୍ନ ହୋଇଯାଇଥିବାବେଳେ ଲଙ୍କାଗଡ ଓ କେତେକ ଅଞ୍ଚଳ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତରେ ଚାଉଳ ଓ ଅନ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି । ସଡକ ଯୋଗାଯୋଗ ବାହାଲ କରିବାକୁ ଓଡ୍ରାଫ ଓ ଫାୟାର ଟିମ ପ୍ରସ୍ତୁତ ରହିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଳାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.