ଫୁଲବାଣୀ: କିଛି ଦିନର ବ୍ୟବଧାନ ପରେ ଫୁଲବାଣୀରେ ଅନୁଭୂତ ହୋଇଛି ପ୍ରବଳ ଶୀତ ଲହରୀ । ସକାଳୁ ସକାଳୁ ଦେଖାଦେଉଛି ପ୍ରବଳ କୁହୁଡି । ଥଣ୍ଡା ଓ ଘନ କୁହୁଡ଼ି ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ସକାଳ 9 ଟାରୁ 10 ପର୍ଯ୍ୟନ୍ତ ଘନକୁହୁଡି ଲାଗି ରହୁଥିବାବେଳେ କର୍ମଜୀବୀମାନେ କାମକୁ ଯିବା ପାଇଁ ମଧ୍ୟ ବେଶ ଅସୁବିଧା ଭୋଗୁଛନ୍ତି ।
ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପାଖରେ ବସୁଥିବାବେଳେ ସକାଳୁ ସକାଳୁ ଚା' ଦୋକାନରେ ପ୍ରବଳ ଭିଡ ଲାଗୁଛି । ତେବେ ଆଜି (ମଙ୍ଗଳବାର) ଫୁଲବାଣୀର ତାପମାତ୍ରା 8.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ଏନେଇ ଫୁଲବାଣୀରେ ସ୍ଥାନୀୟ ଲୋକଙ୍କ ସହିତ କଥା ହୋଇଛନ୍ତି ଆମ ପ୍ରତିନିଧି ।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ