ETV Bharat / state

ହାଡଭଙ୍ଗା ଶୀତରେ ଥରୁଛି ଫୁଲବାଣୀ: ଜାରି ରହିଛି ଶୀତ ଲହରୀ, ଜୀବନଯାତ୍ରା ଅଚଳ - heavy cold

ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଶନିବାର 6.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେପଟେ ସାରା ଜିଲ୍ଳାରେ ହାଡଭଙ୍ଗା  ଶୀତରେ ଜୀବନଯାତ୍ରା ଅଚଳ ହୋଇଯାଇଛି । ଅଧିକ ପଢନ୍ତୁ...

ହାଡଥରା ଶୀତରେ ଜୀବନଯାତ୍ରା ଅଚଳ
ହାଡଥରା ଶୀତରେ ଜୀବନଯାତ୍ରା ଅଚଳ
author img

By

Published : Dec 7, 2019, 2:51 PM IST

ଫୁଲବାଣୀ: ଜିଲ୍ଲାରେ ଶନିବାର ଠାରୁ ପୁଣି ଲେଉଟିଛି ଶୀତ । ସାରା ଜିଲ୍ଲାରେ ହଠାତ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଫୁଲବାଣୀରେ ଶନିବାର ତାପମାତ୍ରା 8ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ସେହିପରି ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଶନିବାର 6.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେପଟେ ସାରା ଜିଲ୍ଳାରେ ହାଡଭଙ୍ଗା ଶୀତରେ ଜୀବନଯାତ୍ରା ଅଚଳ ହୋଇଯାଇଛି ।

ହାଡଥରା ଶୀତରେ ଜୀବନଯାତ୍ରା ଅଚଳ

ଚଳିତବର୍ଷ ବାର ଡିଗ୍ରୀ ଯାଏଁ ତାପମାତ୍ରା ରହିବା ପରେ ଗତ 15 ଦିନ ଧରି ଶୀତ ଉଭେଇ ଯାଇଥିଲା । ତେବେ ଶୁକ୍ରବାର ଠାରୁ ହଠାତ ବଢ଼ିଲା ଶୀତ। ଫୁଲବାଣୀର ତାପମାତ୍ରା 8ରେ ପହଞ୍ଚିବା ସହିତ ସାରା ଜିଲ୍ଲାରେ ହାରାହାରି ତପାମାତ୍ରା 6 ରୁ 8 ଡିଗ୍ରୀ ମଧ୍ୟରେ ରହିଛି । ଆଭ୍ୟନ୍ତରୀଣ ଗାଁ ଗଣ୍ଡା ଓ ପାହାଡ଼ ଉପର ଗାଁ ମାନଙ୍କରେ ତାପମାତ୍ରା 4 ରୁ ପାଞ୍ଚ ଡିଗ୍ରୀ ରହିଛି ।

ବେଲଘର, କୋଟଗଡ, ତୁମୁଡିବନ୍ଧ, ଗୁମା, ଗୁଗୁରମାହା, ସିରକାବର୍ଗ ପ୍ରଭୃତି ଅଞ୍ଚଳରେ ତାପାମାତ୍ରା ଅଧିକ ହ୍ରାସ ପାଇଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ମଧ୍ୟ କୋହଲା ପବନ ଓ ହାଡଭଙ୍ଗା ଶୀତ ଆରମ୍ଭ ହୋଇଯାଇଛି ।

ଏପରି ଲଗାତାର ଶୀତ ଲହରୀ ଜାରି ରହିଲେ ତୁଷାରପାତ ହେବ ବୋଲି ସ୍ଥାନୀୟ ଲୋକଙ୍କ ଆଶଙ୍କା କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଆଜି ଠାରୁ ପୁଣି କେଉଁଟିଛି ଶୀତ। ସର ଜିଲ୍ଲାରେ ହଠାତ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଫୁଲବାଣୀରେ ଆଜିର ତାପମାତ୍ରା 8ଡିଗ୍ରୀ ସେଲସିଅସ ରେକର୍ଡ ହୋଇଛି। ସେହିପରି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିର ଆଜି 6.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ସାରା ଜିଲ୍ଳାରେ ହାଡଥରା ଶୀତରେ ଜୀବନଯାତ୍ରା ଅଚଳ ହୋଇଯାଇଛି

Body:ଚଳିତ ବର୍ଷ ବାର ଡିଗ୍ରୀ ଯାଏ ତାପମାତ୍ରା ରହିବା ପରେ ଗତ 15 ଦିନ ଧରି ଶୀତ ଉଭେଇ ଯାଇଥିଲା। ତେବେ ଶୁକ୍ରବାର ଠାରୁ ହଠତ ବଢ଼ିଲା ଶୀତ। ଫୁଲବାଣୀର ତାପମାତ୍ରା 8 ରେ ପହଂଚିବା ସହିତ ସାରା ଜିଲ୍ଲାରେ ହାରାହାରି ତପାମାତ୍ରା 6 ରୁ 8 ଡିଗ୍ରୀ ମଧରେ ରହୁଛି। ଆଭ୍ୟନ୍ତରୀଣ ଗାଁ ଗଣ୍ଡା ଓ ପାହାଡ଼ ଉପର ଗାଁ ମାନଙ୍କରେ ତାପମାତ୍ରା 4 ରୁ ପାଞ୍ଚ ଡିଗ୍ରୀ ରହିଛି ଆଜି। ବେଲଘର,କୋଟଗଡ,ତୁମୁଡିବନ୍ଧ,ଗୁମା,ଗୁଗୁରମାହା,ସିରକାବର୍ଗ ପ୍ରଭୃତି ଏପରି ଅଂଚଳରେ ତାପାମାତ୍ର ଅଧିକ ହ୍ରାସ ପାଇଛି। ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ମଧ୍ୟ କୋହଲା ପବନ ଓ ହାଡ଼ଥରା ଶୀତ ଆରମ୍ଭ ହୋଇଯାଇଛି।
ବାଇଟ(୧) ଜୀବନ ଜ୍ୟୋତି ନାୟକ,ଦାରିଙ୍ଗବାଡି ବାସିନ୍ଦା

Conclusion:ଏପରି ଲଗାତାର ଶୀତ ଲହରୀ ଜାରି ରହିଲେ ତୁଷାରପାତ ହେବ ବୋଲି ସ୍ଥାନୀୟ ଲୋକଙ୍କ ଆଶା।
କନ୍ଧମାଳରୁ ସଦାଶିଵ ପାତ୍ର ,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.