ETV Bharat / state

ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ - କୋଲ୍ପୋସୋତ

ନିର୍ବାଚନ ସମୟରେ ଫୁଲବାଣୀ ପୋଲିସ ନିକଟରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 16, 2019, 4:06 PM IST

Updated : Apr 17, 2019, 4:28 PM IST

ଫୁଲବାଣୀ: ଆସନ୍ତା 18 ତାରିଖରେ କନ୍ଧମାଳ ଜିଲ୍ଲାରେ ଭୋଟଗ୍ରହଣ। ଏହି ସମୟରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର୍ ମାଓବାଦୀ। ସୋମବାର ଫୁଲବାଣୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ପ୍ରତୀକ ସିଂଙ୍କ ନିକଟରେ ହାର୍ଡକୋର ମାଓବାଦୀ କେକେବିଏନ ଡିଭିଜନ ସଦସ୍ୟ ଭରତ କହଁର ଓରଫ ରାକେଶ୍ ଆତ୍ମସମର୍ପଣ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ରାଜ୍ୟ ସରକାର ଭରତର ମୁଣ୍ଡ ଉପରେ ଏକ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ। ସୁଡ୍ରୁକୁମ୍ପାରେ ଠିକା କ୍ୟାମ୍ପ ପୋଡି ଏବଂ ରବିନ୍ଦ୍ର ମଲିକକୁ ହତ୍ୟା ମାମଲାରେ ଭରତର ସଂପୃକ୍ତି ରହିଛି । ଏହା ସହିତ ଗାଡିମାସ୍କା କ୍ୟାମ୍ପ ମାଓ ସାମଗ୍ରୀ ଉଦ୍ଧାର, ଗାଘରପଟ୍ଟା ଗୁଳି ବିନିମୟ ଘଟଣାରେ ମଧ୍ୟ ଭରତର ସଂପୃକ୍ତି ରହିଛି ବୋଲି ଏସପି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲ ଭରତର ଘର ଗୋଚ୍ଛାପଡା ଥାନା ଅନ୍ତର୍ଗତ ପାହିରାଜୁ ପଞ୍ଚାୟତର ବାରାହଲା ଗାଁରେ।

‘‘ମାଓବାଦୀ ମାନେ ଗରିବଙ୍କୁ ଉଦ୍ଧାର କରୁଛନ୍ତି ଭାବି 2018ରେ ପାର୍ଟିରେ ମିଶିଥିଲି। କିନ୍ତୁ ସେମାନେ ଆମ ଗରିବ ଲୋକଙ୍କ ଠାରୁ ଜୋରଜବରଦସ୍ତ ଚାଉଳ ଓ ଅନ୍ୟ ସବୁ ମାଗି ନେଇଯାଉଛନ୍ତି। ସେମାନଙ୍କର କୌଣସି ନୀତି ନାହିଁ । ସେଥିପାଇଁ ନକ୍ସଲ ଦଳ ଛାଡି ଆସି ପୋଲିସ ଠାରେ ଆତ୍ମ ସମର୍ପଣ କଲି। ଆମ ଜିଲ୍ଲାର ଆଉ ତିନି ଚାରି ଜଣ ମଧ୍ୟ ଗ୍ରୁପରେ ଅଛନ୍ତି’’ ବୋଲି କହିଛି ଭରତ। ସରକାରଙ୍କ ନିୟମ ଅନୁସାରେ ପୋଲିସ ଭରତର ଥଇଥାନ କରିବ ବୋଲି କହିଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

gf

Conclusion:
Last Updated : Apr 17, 2019, 4:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.