ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 255ରେ ପହଞ୍ଚି ଥିବା ବେଳେ 56ଟି ସକ୍ରିୟ ମାମଲା ରହିଛି । ତେବେ,ଜିଲ୍ଲାରେ ସ୍ବାବ ଟେଷ୍ଟ କମ କରାଯାଉଥିବା ଅଭିଯୋଗ ହୋଇଛି ।
ଫୁଲବାଣୀ କୋଭିଡ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା 56 ଜଣ ଚିକିତ୍ସିତ ହେଉଛନ୍ତି । 255 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆଇନଜୀବୀ ପଜିଟିଭ ଆସିବା ପରେ ପ୍ରାୟ 50ରୁ ଅଧିକ ଜଣଙ୍କ ସ୍ବାବ ନମୁନା ସଂଗ୍ରହ ହୋଇଛି ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ