ETV Bharat / state

ଚରମ ଅବହେଳା: ଶିକ୍ଷାନୁଷ୍ଠାନରୁ କୁଆଡେ ଗଲେ ଛାତ୍ରୀ ? - Khandhamal

ଶିକ୍ଷାନୁଷ୍ଠାନରୁ ଛାତ୍ରୀ ନିଖୋଜ । ଜିଲ୍ଲାପାଳଙ୍କ ଆଗରେ ଅଭିଯୋଗ ଆଣିଲେ ଛାତ୍ରୀଙ୍କ ସମ୍ପର୍କୀୟ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Mar 4, 2019, 10:00 AM IST

କନ୍ଧମାଳ: ଜିଲ୍ଲା ଘୁ.ଉଦୟଗିରି ସୁଭଦ୍ରା ମହତାବ ସେବା ସଦନରୁ ଛାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଫୁଲବାଣୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଚତୁର୍ଥ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଥିବା ନେଇ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ସୂଚନାନୁଯାୟୀ, ଗତ ଫେବୃୟାରୀ 28ରୁ ଛାତ୍ରୀଙ୍କ କୌଣସି ପତ୍ତା ମିଳୁନଥିବାବେଳେ ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତା ଏନେଇ କିଛି ମୁହଁ ଖୋଲୁ ନାହାଁନ୍ତି । ଏହା ପରେ ସମ୍ପର୍କୀୟ ପାଟିତୁଣ୍ଡ କରିବାରୁ ପୋଲିସକୁ ଖବର ଦିଆଯାଇଥିବା କହିଛନ୍ତି ଅନୁଷ୍ଠାନ । ଫଳରେ ନିରାଶ୍ରୟ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ସମ୍ପର୍କୀୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସେପଟେ, ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ।

ବାପ ମାଆ ଛେଉଣ୍ଡ ଛାତ୍ରୀ ଜଣକ କେଉଁ ଆଡେ ଗଲେ ତାହାର ଖବର ସଂସ୍ଥାଠାରେ ନାହିଁ । ତେଣୁ ତୁରନ୍ତ ତଦନ୍ତ କରି ଝିଅକୁ ଫେରାଯାଉ । ଏଥିସହିତ ଝିଅକୁ ବିକ୍ରି କରିଦେଇଥିବାର ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ତେବେ ଘଟଣାରେ ଡିସିପିଓ କିଛି କହିବାକୁ ମନା କରିଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ

ସୁବର୍ଣ୍ଣପୁର: ଚାଷୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । କାରଣ ସେମାନଙ୍କ ଦୀର୍ଘ ଦିନର ଆଶା ଆକାଂକ୍ଷା ପୂରଣ ହୋଇଛି । ଚିର ମରୁଡି ପ୍ରପୀଡିତ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖମ୍ବେଶ୍ବରୀ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବା ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ ହୋଇଛି । ଏଥିସହିତ ଜିଲ୍ଲାର କପାସିରା, ବଡାଲି, ଚଡେଇପଙ୍କ, ଡାଲଡୋବା, ସୁବଳୟା, ବାଗବର ଓ ଛତାପିପଲ ଆଦି ସ୍ଥାନରେ ମଧ୍ୟ ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଶନିବାର ଖମ୍ବେଶ୍ବରୀପାଲି ହାଟପଦାଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜଳସେଚନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଳସେଚନର ଉଦଘାଟନ କରିବା ସହ ଅନ୍ୟ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ।

ଅଣଜଳସେଚିତ ଏହି ଅଞ୍ଚଳରେ ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରୁ ପ୍ରାୟ 1600 ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ । ଚାଷୀମାନେ ଖରିଫ ଋତୁରେ ଧାନ ଫସଲ ସହ ରବି ଋତୁରେ ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଚାଷ କରି ନିଜ ଆମଦାନୀକୁ ଦ୍ବିଗୁଣିତ କରିପାରିବେ । ଜିଲ୍ଲାରେ ଏହି ପ୍ରକଳ୍ପ ଉଦଘାଟନ ହୋଇଥିବାରୁ ଚାଷୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.