ETV Bharat / state

କନ୍ଧମାଳରେ ଫୁଟବଲ ଖେଳାଳି ଅନ୍ବେଷଣ - ଫୁଟବଲ ଖେଳାଳିଙ୍କ ଚୟନ

କନ୍ଧମାଳ ଜିଲ୍ଲାରେ ପ୍ରତିଭାବାନ ଫୁଟବଲ ଖେଳାଳିଙ୍କ ଚୟନ ଆରମ୍ଭ । 1ମ ଥର ପାଇଁ ପୁରୁଷ ଓ ମହିଳା ବର୍ଗରେ 18ଜଣ ଲେଖାଏଁ ଖେଳାଳି ଚୟନ ହେବେ । ଅଧିକ ପଢନ୍ତୁ...

ଆଦିବାସୀ
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଫୁଟବଲ ଖେଳାଳିଙ୍କ ଅନ୍ବେଷଣ
author img

By

Published : Feb 17, 2020, 6:32 PM IST

କନ୍ଧମାଳ: ଜନଜାତି ଉନ୍ନୟନ ପରିଷଦ ମାଧ୍ୟମରେ କନ୍ଧମାଳ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ପ୍ରତିଭାବାନ ଫୁଟବଲ ଖେଳାଳିଙ୍କ ଚୟନ ଆରମ୍ଭ ହୋଇଛି । 1ମ ଥର ପାଇଁ ପୁରୁଷ ଓ ମହିଳା ବର୍ଗରେ 18ଜଣ ଲେଖାଏଁ ଖେଳାଳି ବଛାଯିବେ । ରାଜ୍ୟର 5ଟି ସ୍ପେଶାଲ ଡେଭଲପମେଣ୍ଟ (ଏସଡିସି) କାଉନସିଲ ଥିବା ଜିଲ୍ଲାର ଉଭୟ ପୁରୁଷ ଓ ମହିଳା ଦଳ ଫୁଲବାଣୀରେ ଲିଗ ମ୍ୟାଚ ଖେଳିବେ ଆସନ୍ତା 24 ତାରିଖରୁ । ପରେ ସେମିଫାଇନାଲ ଓ କଟକ ବାରବାଟୀରେ ଫାଇନାଲ ଖେଳା ଯିବ ।

କନ୍ଧମାଳ ଜିଲ୍ଲାରେ ଫୁଟବଲ ଖେଳାଳିଙ୍କ ଅନ୍ବେଷଣ

କନ୍ଧମାଳର 12ଟି ବ୍ଲକର 600ରୁ ଅଧିକ ଆଶାୟୀ ଖେଳାଳି ଫୁଲବାଣୀର କନ୍ଧମାଳ ଷ୍ଟାଡିୟମରେ ଚୟନ ପ୍ରକିୟାରେ ସାମିଲ ହୋଇଛନ୍ତି । ଜିଲ୍ଲାରେ ଫୁଟବଲ ପ୍ରତି ଲୋକଙ୍କ ମଧ୍ୟରେ ଅଧିକ କ୍ରେଜ୍ ରହିଛି । ଏପରିକି ଜିଲ୍ଲାର ଅନେକ ଦଳ ରାଜ୍ୟର ଅନେକ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ସଫଳ ହୋଇଛନ୍ତି । ଗୋଲ୍ଡ କପ ମଧ୍ୟ ଚମ୍ପିଆନ ହୋଇଛନ୍ତି । ସେଥିପାଇଁ ଗୋଟିଏ ଭଲ ଦଳ ପ୍ରସ୍ତୁତ ହେବ ବୋଲି ସମସ୍ତେ ଆଶାବାଦୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.