ETV Bharat / state

ଡମ୍ଫର ଅଟୋ ମୁହାଁମୁହିଁ, 5 ଗୁରୁତର - ଡମ୍ଫର ଅଟୋ ମୁହାଁମୁହିଁ

ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ନିକଟରେ ଡମ୍ଫର ଅଟୋ ମୁହାଁମୁହିଁ ଧକ୍କା । ୫ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଡମ୍ଫର ଅଟୋ ମୁହାଁମୁହିଁ,  5 ଗୁରୁତର
ଡମ୍ଫର ଅଟୋ ମୁହାଁମୁହିଁ, 5 ଗୁରୁତର
author img

By

Published : Aug 27, 2022, 10:42 AM IST

ଫୁଲବାଣୀ: କନ୍ଧମାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ଫର ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୫ଜଣ ଗୁରୁତର ହୋଇଛନ୍ତି । ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଡମ୍ଫର ଅଟୋ ମୁହାଁମୁହିଁ, 5 ଗୁରୁତର

ମିଳିଥିବା ସୂଚନା ଅନୁସାରେ ବାନ୍ଧଗଡ଼ ଗାଁ ନିକଟସ୍ଥ ବାଲିକ୍ଷେତ ନିକଟରେ ଏଆରଏସଏସ(ARSS) ନାମକ ଏକ ଠିକା ସଂସ୍ଥାର ଡମ୍ଫର ବାନ୍ଧଗଡରୁ ସାରଙ୍ଗ ଗଡ଼ ଯାଉଥିଲା । ଏହି ସମୟରେ ସାମ୍ନା ପଟୁ ଆସିଥିବା ଏକ ଅଟୋକୁ ଧକ୍କା ଦେବା ପରେ ତ୍ରିଶକ୍ତି ନାମକ ଏକ ଠିକା ସଂସ୍ଥାର ଡମ୍ଫରକୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ଡମ୍ଫର ଧକ୍କାରେ ଅଟୋରେ ଥିବା ଯାତ୍ରୀ ପ୍ରାୟ 20 ଫୁଟ ଦୂରକୁ ଛିଟିକି ପଡ଼ିବାରୁ ୫ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ଚାରି ଜଣ ପୁରୁଷ ରହିଛନ୍ତି ।

ତେବେ ଗୁରୁତର ଆହତ ମାନଙ୍କ ମଧ୍ୟରେ ଚାରି ଜଣ ବାନ୍ଧଗଡ଼ ଗାଁର ପ୍ରଦୀପ ବିନ୍ଧାଣି, ସତ୍ୟବାନ ବିନ୍ଧାଣି, ସତ୍ୟନାରାୟଣ ବିନ୍ଧାଣି, ମମତା ବିନ୍ଧାଣି ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ କୁତିବାରୀ ଗାଁର ଶାନ୍ତିପାଣି ପ୍ରଧାନ ବୋଲି ଜଣାପଡିଛି । ଆହତ ମାନଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଟିମ ହ୍ୟୁମାନୀଟି ସଦସ୍ୟ ସଞ୍ଜୟ ଡିଗାଲ, ଅଜିତ କୁମାର ସାହୁ ଓ ମିଥୁନଙ୍କ ସହାୟତାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି ।

ଅନ୍ୟପଟେ ଆହତ ମାନଙ୍କୁ କ୍ଷତି ପୂରଣ ଦାବି କରାଯିବ ସହ ଓ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଦୀର୍ଘ ସମୟ ଧରି ଶତାଧିକ ଗାଡି ଅଟକି ରହିଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସହ ତାଙ୍କ ଟିମ ଓ ଅତିରିକ୍ତ ତହସିଲଦାର ତପନ ମଲ୍ଲିକ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଧାରଣା ହଟିନଥିଲା ।

ଏହା ମଧ୍ୟ ପଢନ୍ତୁ-ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, 1 ମୃତ 3 ଗୁରୁତର

ତେବେ ଚଳିତ ମାସରେ କନ୍ଧମାଳରେ ତିନି ତନିଟି ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ପୂର୍ବରୁ ଅଗଷ୍ଟ ୭ତାରିଖରେ ଟିକାବାଲି ନିକଟସ୍ଥ ତଲରିମାହା ଭଞ୍ଜପଦର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଆମ୍ବ ଗଛରେ ଏକ କାର ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ସେହିପରି ଅଗଷ୍ଟ ୩ତାରିଖରେ ଦଶପଲ୍ଲାରୁ ଫୁଲବାଣୀ ଗୋଟଏ ଫର୍ଚ୍ୟୁନର କାରରେ ଚାରିଜଣ ଆସୁଥିବା ବେଳେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଠାରେ କାରଟି ଭାରସାମ୍ୟ ହରାଇ ଗଛରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.