ଫୁଲବାଣୀ: ନିର୍ବାଚନ ପୂର୍ବରୁ କନ୍ଧମାଳରେ ଗୁଳିକାଣ୍ଡ । ଦୃର୍ବୁତ୍ତଙ୍କ ଗୁଳିର ଶିକାର ହୋଇଛନ୍ତି ଲେଙ୍କା ପ୍ରଧାନ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ପର୍ତମହା ପଞ୍ଚାୟତ ପିସାମାଲା ଗ୍ରାମର ଲେଙ୍କା ପ୍ରଧାନ ଗତରାତିରେ ଅଟୋରେ ଘରକୁ ଫେରିବା ସମୟରେ ସୀମନବାଡି ଠାରେ ତାଙ୍କୁ ଗୁଳିମାଡ ହୋଇଛି । ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ