ETV Bharat / state

ଚାଷରେ ସୁଧାର ଆଣିବ ‘ତରିନା’ ପ୍ରକଳ୍ପ

କନ୍ଧମାଳ ଜିଲ୍ଲାରେ ବିକଳ୍ପ ଚାଷ ଏବଂ ପୃଷ୍ଟିକର ଆହର ପାଇଁ ଜିଲ୍ଲା ପ୍ରଶାସନ ଓ କେୟାର ଇଣ୍ଡିଆ ସଂସ୍ଥା ମିଶି ‘ତରିନା’ ନାମକ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିଛନ୍ତି । ବିକଳ୍ପ ଚାଷ ଭାବେ ଅର୍ଥକାରୀ ଫସଲକୁ ଆପଣାଯାଇଛି।

author img

By

Published : Sep 7, 2019, 10:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡିଛି । କେବଳ ମୌସୁମୀ ବର୍ଷାକୁ ନିର୍ଭର କରୁଥିବା ଜିଲ୍ଲାର ଶହଶହ ନାମମାତ୍ର ଚାଷୀ ପ୍ରମାଦ ଗଣିଲେଣି। ଏଥିସହ ନାମମାତ୍ର ଚାଷୀ ଅପପୃଷ୍ଟର ଶୀକାର ମଧ୍ୟ ହେଉଛନ୍ତି । ସେଥିପାଇଁ ବିକଳ୍ପ ଚାଷ ଏବଂ ପୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ଓ କେୟାର ଇଣ୍ଡିଆ ସଂସ୍ଥା ମିଶି ତରିନା ନାମକ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ।

ଏହି ପ୍ରକଳ୍ପକୁ ନେଇ ଫୁଲବାଣୀରେ ଏକ ଆଲୋଚନାଚକ୍ର ଆୟୋଜନ କରିଛନ୍ତି ସଙ୍ଗଠନ ଓ ପ୍ରଶାସନ। ତେବେ ଏହି ଆଲୋଚନା ପ୍ରକ୍ରିୟାରେ ବିକଳ୍ପ ଚାଷ ଭାବେ ଅର୍ଥକାରୀ ଫସଲକୁ ରଖାଯାଇଛି। ଚାଷୀ ଲିଚୁ ଚାଷ,କୁକୁଡ଼ା ଚାଷ ଓ ଫାର୍ମିଂ କିପରି କରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ, କୃଷି ଉପନିର୍ଦେଶକ ସମେତ ବହୁ ବିଭାଗୀୟ ଅଧିକାରୀ ଓ କେୟାର ଇଣ୍ଡିଆ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଘୁ.ଉଦୟଗିରି ବ୍ଲକର ତିରିଶ ଗାଁରେ ‘ତରିନା’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଜଣାଇଛି ପ୍ରଶାସନ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡିଛି । ମୌସୁମୀ ବର୍ଷର ଲୁଚକାଳି ଯୋଗୁଁ ଅନେକ ହେକ୍ଟର ଜମି ପଡିଆ ପଡିଛି। କେବଳ ମୋୖସୁମୀ ବର୍ଷାକୁ ନିର୍ଭର କରୁଥିବା ଜିଲ୍ଲାର ଶହ ଶହ ନାମମାତ୍ର ଚାଷୀ ପ୍ରମାଦ ଗଣିଲେଣି। ସେଥିପାଇଁ ବିକଳ୍ପ ଚାଷ ଓ ପୃଷ୍ଟି ପାଇଁ ପ୍ରଶ୍ନ ଓ କେୟାର ଇଣ୍ଡିଆ ସଂସ୍ଥା ମିଶି ଯୋଜନା କରିଛନ୍ତି।

Body:ଫୁଲବାଣୀରେ ଏ ନେଇ ଆଲୋଚନା କରିଛନ୍ତି ସଂଗଠନ ଓ ପ୍ରଶାସନ। ବିକଳ୍ପ ବ୍ୟବସ୍ଥା ଭାବେ ଅର୍ଥକାରୀ ଫସଲକୁ ରଖାଯାଇଛି। ଲିଚି,କୁକୁଡ଼ା ଚାଷ,ଫାର୍ମିଙ୍ଗ, କିପରି ଚାଷୀ କରିବେ ସେ ସମ୍ପର୍କରେ ଆଲୋଚନା କରାଜାଈଛି । ଉଦ୍ୟାନ କୃଷି ଉପ ନିର୍ଦେଶକ,କୃଷି ଉପନିର୍ଦେଶକ,ଜଳଛାୟା ପିଡ଼ି, ସମେତ ବହୁ ଅଧିକାରୀ ଓ କେୟାର ଇଣ୍ଡିଆ ଅଧିକାରୀ ଯୋଗ ଦେଇଥିଲେ।
ବାଇଟ (୧)ଅନୁପ କୁମାର ଦାସ, ଉପ ନିର୍ଦେଶକ,କେୟାର ଇଣ୍ଡିଆ,ଓଡ଼ିଶା

Conclusion:ଘୁ ଉଦୟଗିରି ବ୍ଲକର ତିରିଶ ଗାଁରେ ଏପରି କରାଯିବ ସହିତ ନୂଆ ପ୍ରକଳ୍ପ ଚାଲୁରହିବା ବୋଲି କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.