ETV Bharat / state

ପୋଲିସର ଜୁଲମ ଅଭିଯୋଗ, ବିଚାରାଧୀନ କଏଦୀଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ - କନ୍ଧମାଳ କଏଦୀ ମୃତ୍ୟୁ ଖବର

ଗଞ୍ଜେଇ ମାମଲାରେ ଜେଲ ଯାଇଥିବା ଅଭିଯୁକ୍ତର ଚିକିତ୍ସା ଅବସ୍ଥାରେ ମୃତ୍ୟୁକୁ ନେଇ ଥାନା ଘେରାଓ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ପୋଲିସର ଜୁଲମ ଅଭିଯୋଗ, ବିଚାରାଧିନ କଏଦୀଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ

author img

By

Published : Apr 4, 2022, 10:00 PM IST

ଫୁଲବାଣୀ: ଗଞ୍ଜେଇ ମାମଲାରେ ଜେଲ ଯାଇଥିବା ଅଭିଯୁକ୍ତର ଚିକିତ୍ସା ଅବସ୍ଥାରେ ମୃତ୍ୟୁକୁ ନେଇ ଥାନା ଘେରାଓ କଲେ ଗ୍ରାମବାସୀ । ମୃତକ ଜଣକ ହେଲେ ପହିରାଜୁ ଗ୍ରାମର କୁମୁଦ କହଁର । ଗୋଛପଡା ପୋଲିସ ପହିରାଜୁ ପଞ୍ଚାୟତର କେତେକ ଗ୍ରାମରେ ଘର ଭିତରେ ପଶି ଚଢ଼ାଉ କରିଥିଲା । ଯେଉଁଥିରେ ଗଞ୍ଜେଇ ଜବତ କରି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ବିଚାରାଧିନ ଅବସ୍ଥାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଗତକାଲି(ରବିବାର) ମଧ୍ୟରାତ୍ରିରେ ଥାନା ଘେରାଉ କରିଥିଲେ ଗୋଛାପଡା ଥାନା ପହିରାଜୁ ଗ୍ରାମବାସୀ । ମଧ୍ୟରାତ୍ରିରେ ପୋଲିସର ନିର୍ଦ୍ଦେଶ କ୍ରମେ ଏକତ୍ରିତ ଲୋକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।

ପୋଲିସର ଜୁଲମ ଅଭିଯୋଗ, ବିଚାରାଧିନ କଏଦୀଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ

ସୂଚନା ଅନୁଯାଇ ଡିସେମ୍ବର ମାସରେ ଜଣେ ବ୍ୟକ୍ତିଙ୍କ ଘରୁ ଗଞ୍ଜେଇ ଜବତ କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ସେହି ବ୍ୟକ୍ତିଙ୍କ ଘରୁ ଗଞ୍ଜେଇ ଜବତ ହୋଇନାହିଁ ବୋଲି ଲୋକେ ଅଭଯୋଗ କରିଥିଲେ । ପୋଲିସ ସର୍ବଦା ମଧ୍ୟରାତ୍ରିରେ ବେଆଇନ ଭାବେ ଘରଘର ପଶି ଗଞ୍ଜେଇ ଧରିବା, ଗଞ୍ଜେଇ ନପାଇଲେ ନିରୀହ ଆଦିବାସୀ ଲୋକଙ୍କୁ ହଇରାଣ ହରକତ କରିବା ସହ ମିଛ ଗଞ୍ଜେଇ ମାମଲାରେ ମାଡ଼ ମାରିବା ସହ ଜୋରଜବରଦସ୍ତ ଜେଲ ପଠାଉଛି । ଯାହାକୁ ନେଇ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି l

ଗ୍ରାମବାସୀ ଥାନା ଘେରାଉ କରୁଥିବାବେଳେ ଗେଟ ଭାଙ୍ଗି ଥାନା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଗୋଛାପଡ଼l ଥାନାରେ ରହି ଏସଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ DSP କେପି ପଟ୍ଟନାୟକଙ୍କ ସମେତ ଗ୍ରାମବାସୀ ସହ ଆଲୋଚନା କରିଥିଲେ । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ଗୋଛାପଡ଼l ଥାନା ଅଧିକାରୀଙ୍କୁ ନିଳମ୍ବନ ଓ ମୃତ ପରିବାର ଲୋକଙ୍କୁ 20 ଲକ୍ଷ୍ୟ ଟଙ୍କା କ୍ଷତି ପୂରଣ ଦେବାପାଇଁ ଫିରିଙ୍ଗିଆ ବିଡିଓ ସମସ୍ତ ପ୍ରତିଶୃତି ଦେବ ପରେ ରାସ୍ତାରୋକ ଉଠିଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.