ETV Bharat / state

ଘରୋଇ ସ୍କୁଲରେ ବିସ୍ଫୋରଣ, ୩ ଛାତ୍ର ଗୁରୁତର

ଫୁଲବାଣୀ ତୁଙ୍ଗିଆ ସ୍ଥିତ ଇଂଲିସ ମିଡିୟମ ସ୍କୁଲରେ ବିସ୍ଫୋରଣ । ଆହତ ହେଲେ ଛାତ୍ର । ଅଧିକ ପଢ଼ନ୍ତୁ

author img

By

Published : Feb 1, 2023, 10:50 PM IST

Explosion in school
ସ୍କୁଲରେ ବିସ୍ଫୋରଣ
ସ୍କୁଲରେ ବିସ୍ଫୋରଣ

ଫୁଲବାଣୀ: ସ୍କୁଲରେ ବିସ୍ଫୋରକ ବିସ୍ଫୋରଣ । ୩ଜଣ ଛାତ୍ର ଗୁରୁତର । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତରେ ଥିବା ଏକ ଇଂଲିସ ମିଡିୟମ ସ୍କୁଲରେ ବୁଧବାର ଅଘଟଣ ଘଟିଛି । ଜଣେ ଛାତ୍ର ଆଣିଥିବା ବିସ୍ଫୋରକ ବିସ୍ଫୋରଣ ହେବାରୁ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟକୁ ପିଲା ଜଣକ ବିସ୍ଫୋରକ କେଉଁଠୁ ଆଣିଲେ ସେ ବିଷୟରେ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡିନାହିଁ ।

ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଏ ବିଷୟରେ ମୁହଁ ଖୋଲୁ ନାହାଁନ୍ତି । ମିଳିଥିବା ସୁଚନା ଅନୁସାରେ ଉକ୍ତ ସ୍କୁଲର ହଷ୍ଟଲରେ ରହି ଜଣେ ପିଲା ୭ମ ଶ୍ରେଣୀରେ ପଢ଼ୁଥିଲେ । ସକାଳେ ସ୍କୁଲକୁ ପିଲାମାନେ ପଢ଼ିବାକୁ ଯାଇଥିଲେ । ରିସେସନ୍ ସମୟରେ ସେହି ୭ମ ଶ୍ରେଣୀ ପିଲାଜଣକ କେଉଁଠୁ ଗୋଟେ ବିସ୍ଫୋରକ ଆଣି ସାଥି ପିଲାମାନଙ୍କୁ ଦେଖାଇଥିଲେ । ହଠାତ୍ ଏହା ବିସ୍ଫୋରଣ ହେବାରୁ ଛାତ୍ରଙ୍କ ସମେତ ଆଉ ଦୁଇ ଜଣ ଗୁରୁତର ହୋଇ ପଡିଥିଲେ ।

ତୁରନ୍ତ ଗୁରୁତ ଛାତ୍ରଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଫୁଲବାଣୀରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଜଣେ ଛାତ୍ରଙ୍କର ହାତ ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ରହିଛି । ହଷ୍ଟେଲରେ ରହୁଥିବା ଛାତ୍ର ଜଣକ ବିସ୍ଫୋରକ କେଉଁଠୁ ଆଣିଲେ ବା କେଉଁଠୁ ପାଇଲେ ତାହା ଜଣା ପଡିନାହିଁ । ଏହି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.