ଫୁଲବାଣୀ: ‘ଇଟିଭି ଭାରତ’ର ମହାପ୍ରଭାବ। ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହେବା ପରେ ସ୍ବାଭାବିକ ହୋଇଛି ଫନି ଯୋଗୁଁ ଅଚଳ ହୋଇପଡିଥିବା ଦମକଳ କେନ୍ଦ୍ରର ଟେଲିଫୋନ ସେବା । ଆମେ କହୁଛୁ ପୁଲବାଣୀ ଦମକଳ କେନ୍ଦ୍ର କଥା । କେନ୍ଦ୍ରର ଟେଲିଫୋନ ସେବା ଅଚଳ ହୋଇପଡିବା ପରେ ଅସୁବିଧା ଏବଂ ବିପଦରେ ପଡିଥିବା ଲୋକମାନେ ସେବା ପାଇବାରୁ ବଞ୍ଚିତ ହୋଇଥିଲେ ।
ତେବେ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହେବା ପରେ ସଂପୃକ୍ତ ବିଭାଗ ଏହାକୁ ସ୍ବାଭାବିକ କରିଥିଲା । ତୁରନ୍ତ କାର୍ଯ୍ୟର ମରାମତି ଆରମ୍ଭ ମଧ୍ୟ ହୋଇଯାଇଥିଲା । ଯାହାଫଳରେ ବାତ୍ୟା ପ୍ରଭାବିତ ଦମକଳ ବିଭାଗ ସହ ଯୋଗାଯୋଗ କରି ଜରୁରୀକାଳୀନ ସେବା ପାଇପାରିଥିଲେ ।
କନ୍ଧମାଳ ପରି ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ସମସ୍ତ ଜରୁରୀକାଲୀନ ସେବାକୁ ସାଟେଲାଇଟ୍ ଫୋନ ମାଧ୍ୟମରେ ସଂଯୋଗ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ