ETV Bharat / state

ଲକଡାଉନରେ ଡାଇରିଆ ଆତଙ୍କ, ଡାକ୍ତରୀ ଟିମ୍‌ର ଚିକିତ୍ସା ଆରମ୍ଭ

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକର ବୁଡାଗୁଡା ପଞ୍ଚାୟତରେ ଡାଇରିଆ ଆତଙ୍କ । କଡଗାବାଲି ଓ ବୁଡାଗୁଡା ଗାଁରେ ଏପର୍ଯ୍ୟନ୍ତ 30ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

diarrhea in lockdown, diarrhea in kandhamal, lockdown in kandhamal, kandhamal latest news, ଲକଡାଉନରେ ଡାଇରିଆ ଆତଙ୍କ, କନ୍ଧମାଳରେ ଡାଇରିଆ ଆତଙ୍କ, କନ୍ଧମାଳରେ ଲକଡାଉନ, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌
ଲକଡାଉନରେ ଡାଇରିଆ ଆତଙ୍କ, ଡାକ୍ତରୀ ଟିମ୍‌ର ଚିକିତ୍ସା ଆରମ୍ଭ
author img

By

Published : Apr 28, 2020, 10:49 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକର ବୁଡାଗୁଡା ପଞ୍ଚାୟତରେ ଡାଇରିଆ ଆତଙ୍କ । କଡଗାବାଲି ଓ ବୁଡାଗୁଡା ଗାଁରେ ଏପର୍ଯ୍ୟନ୍ତ 30ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ 4 ଜଣ ଗୁରୁତର ଅଛନ୍ତି ଓ ସେମାନଙ୍କୁ ବାଲିଗୁଡା ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ମଙ୍ଗଳବାର 2ଟି ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା କରିଛନ୍ତି ।

ଲକଡାଉନ ସମୟରେ ଆରମ୍ଭ ହୋଇଥିବା ଡାଇରିଆ ଏବେ ସ୍ଥାନୀୟ ଲୋକଙ୍କୁ ଅଧିକ ଆତଙ୍କିତ କରିଛି । ଜିଲ୍ଲାର ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ବୁଡାଗୁଡାର କଡଗାବାଲି, ବୁଡାଗୁଡା ଓ ପଡିକିଆରେ 30ରୁ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ପଡିକିଆର ପେଟା ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତରଙ୍କୁ ବାଲିଗୁଡା ସ୍ଥାନାନ୍ତର କରାଯାଇଛି । ତେବେ ଦୂଷିତ ପାଣି ଯୋଗୁଁ ଏପରି ହେଉଥିବା ଅନୁମାନ କରାଯାଉଛି ।

ମଙ୍ଗଳବାର ଦୁଇଟି ଡାକ୍ତରୀ ଦଳ ସମ୍ପୃକ୍ତ ଗାଁକୁ ଯାଇଥିବା ବେଳେ ବୁଧବାର ପୁଣି ଯିବାର ଯୋଜନା ରହିଛି । ନିରାକରଣ ପାଇଁ ସମ୍ପୃକ୍ତ ଗାଁରେ ବିଶୋଧନ ପ୍ରକ୍ରିୟା ଚାଲିଥିବା ବେଳେ ଘରେ ଘରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ସୂଚନା ଦେଇଛନ୍ତି ବାଲିଗୁଡା ଉପଖଣ୍ଡ ମେଡିକାଲ ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.