ଫୁଲବାଣୀ: ଅନୁସୂଚିତ ଜନଜାତି ସଂରକ୍ଷିତ ଗୁରୁତ୍ବପୂର୍ଣ ବିଧାନସଭା ଆସନ ଜି.ଉଦୟଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥିନୀ ନବାଗତା ଅର୍ଚ୍ଚନା ପ୍ରଧାନ । ଅଧ୍ୟାପିକା ଚାକିରୀଛାଡି ରାଜନୀତିରେ ପଶିଥିଲେ ଅର୍ଚ୍ଚନା ।
ତେବେ ଏହି ନିର୍ବାଚନ ମଣ୍ଡଳୀରେ ଶିକ୍ଷା ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟାକୁ ଦୂର କରିବା ତାଙ୍କ ପ୍ରାଥମିକତା ହେବ ବୋଲି କହିଛନ୍ତି ଅର୍ଚ୍ଚନା । ଇଟିଭି ଭାରତ ସହିତ ଏକ ୱାନ ଟୁ ୱାନରେ ବିକାଶ ହିଁ ହେବ ତାଙ୍କ ମୂଳ ଲକ୍ଷ୍ୟ ଏବଂ ନବୀନ ସରକାର ଆଉ ନାହିଁ ଦରକାର, ହେବ ତାଙ୍କ ସ୍ଲୋଗାନ ବୋଲି ମତ ଦେଇଛନ୍ତି ।
ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ ବୋଲି କୁହାଯାଉଥିଲେ ହେଁ 2009ରେ ବିଜେପି ଜିତିଥିଲା ଏହି ଆସନ । ତେବେ 2014ରେ କଂଗ୍ରେସର ଜାକବ୍ ପ୍ରଧାନ ଜିତିଥିଲେ କିନ୍ତୁ ଚଳିତ ଥର ତାଙ୍କୁ ଟିକେଟ୍ ମିଳିଲା ନାହିଁ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ