ETV Bharat / state

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ମୃତ ଶିଶୁପୁତ୍ରକୁ ଜନ୍ମ ଦେଇ ଛାତ୍ରୀ ମୃତ - କନ୍ଧମାଳ ଖବର

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା । ମୃତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଆଖି ବୁଜିଲେ ପୀଡିତା ଛାତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 7, 2022, 10:18 PM IST

କନ୍ଧମାଳ: ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା । ମୃତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଆଖି ବୁଜିଲେ ପୀଡିତା ଛାତ୍ରୀ । ଜି. ଉଦୟଗିରି ଡାକ୍ତରଖାନାରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିବା ନାବାଳିକାଙ୍କ ଗତକାଲି ରାତିରେ ମୃତ୍ୟୁ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ବେଲଘର ଥାନା ଅନ୍ତର୍ଗତ ଏକ ଆବାସିକ ବିଦ୍ୟାଳୟରେ । ମୃତ ନାବାଳିକା ଜଣଙ୍କ ଏକ ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ ।

ଏହା ମଧ୍ୟ ପଢନ୍ତୁ: ସରକାରୀ ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଦଶମ ଶ୍ରେଣୀ ଛାତ୍ର ଅଟକ

ଆବାସିକ ବିଦ୍ୟାଳୟର ଜନୈକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଗତ ସେପ୍ଟେମ୍ବର ୨୩ ତାରିଖରେ ଜଣା ପଡିଥିଲା । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲଘର ଥାନାରେ ଏତଲା ଦେବାପରେ ଘଟଣା ସଂପର୍କରେ ଜଣାପଡିଥିଲା । ଏହା ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ନାବାଳିକାଙ୍କୁ ଜି. ଉଦୟଗିରି ସୁଭଦ୍ରା ମହତାବ ଶିଶୁ ଯତ୍ନ ଗୃହରେ ଥଇଥାନ କରାଯାଇଥିଲା । ଗୁରବାର ସକାଳୁ ନାବାଳିକାଙ୍କ ପ୍ରସବ ଯନ୍ତ୍ରଣା ଆସିବା ପରେ ତାଙ୍କୁ ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ନାବାଳିକା ଜଣକ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ହିଁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଆବାସିକ ବିଦ୍ୟାଳୟର ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି କିଛି ଅଭିଭାବକ ।

ଏ ନେଇ ଥାନାରେ କେସ ନମ୍ବର ୭/୨୨ ରେ ମାମଲା ରୁଜୁ ହୋଇ ମୃତ ଶିଶୁଟିର ଶବ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଥିଲା । ଘଟଣାର ସଠିକ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା କହିଛନ୍ତି, ନାବାଳିକାଙ୍କ ଚିକିତ୍ସାରେ କୌଣସି ଅବହେଳା କରା ଯାଇନଥିଲା ।

ମିଳିଥିବା ସୂଚନା ଅନୁସାରେ, ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଗ୍ରାମ ପଞ୍ଚାୟତରେ ଥିବା ଏକ ସରକାରୀ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରୁ ଏଭଳି ଅଭିଯୋଗ ଆସିଥିଲା । ଏହି ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ଜଣକ ଚାରି ମାସର ଗର୍ଭବତୀ ହେଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୪୩/୨୨ରେ ମାମଲା ରୁଜୁ କରିବା ସହ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରିଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.