ETV Bharat / state

କୋରୋନା ଯୁଦ୍ଧରେ ହାରିଗଲେ ଯୋଦ୍ଧା - death of a corona warrio

କନ୍ଧମାଳ ଜିଲ୍ଲାରେ କୋରୋନାରେ ଆଉ ଜଣେ କୋରୋନା ଯୋଦ୍ଧାଙ୍କ ମୃତ୍ଯୁ । ଅଧିକ ପଢନ୍ତୁ...

କୋରୋନା ଯୋଦ୍ଧାଙ୍କ ଦେହାନ୍ତ
କୋରୋନା ଯୋଦ୍ଧାଙ୍କ ଦେହାନ୍ତ
author img

By

Published : Dec 20, 2020, 11:19 AM IST

ଫୁଲବାଣୀ:ଜିଲ୍ଲା ପୁଣି ଜଣେ କୋରୋନା ଯୋଦ୍ଧାଙ୍କୁ ହରେଇଛି । ସ୍ବାସ୍ଥ୍ୟ କର୍ମୀ ଗାୟତ୍ରୀ ଦାସ କୋରୋନାରେ ଆକ୍ରାନ୍ତ ହୋଇ ଶେଷରେ କୋରୋନା ଯୁଦ୍ଧରେ ହାରି ଯାଇଛନ୍ତି ।

ଚକାପାଦ ବ୍ଲକ ବ୍ରାହ୍ମଣ ପାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଘାଟିଗୁଡ଼ା ସବ ସେଣ୍ଟରରେ ସ୍ବାସ୍ଥ୍ୟ କର୍ମୀ ଥିଲେ ଗାୟତ୍ରୀ। ଗତ ନଭେମ୍ବର ମାସ ଏଗାର ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ଫୁଲବାଣୀ କୋଭିଡ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ମାସେ କାଳ କୋରୋନା ଏବଂ ପରେ ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ବର କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

କୋରୋନା ଯୋଦ୍ଧାଙ୍କ ଦେହାନ୍ତ

ଶନିବାର ତାଙ୍କ ମରଶରୀରକୁ ଫୁଲବାଣୀ ଅଣାଯିବ। ତାଙ୍କର ସ୍ବାମୀ ଓ ଗୋଟିଏ କନ୍ୟା ଅଛନ୍ତି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନାହିଁ। କୋରୋନା ଯୋଦ୍ଧା ଭାବରେ ତାଙ୍କର ମୃ୍ତ୍ୟୁ ହୋଇଥିବାରୁ ଘୋଷଣା ସହ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି ହୋଇଛି । ଜିଲ୍ଲାରେ ଆଗରୁ ମଧ୍ୟ କୋରୋନା ଯୋଦ୍ଧାଙ୍କ ହରାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.