ETV Bharat / state

କୋରୋନା ପାଇଁ କନ୍ଧମାଳରେ କଟକଣା କଡାକଡି - କୋରୋନା ଭାଇରସ ଅପଡେଟ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ପଞ୍ଚାୟତ ଭବନଠାରେ କୋରୋନା ପାଇଁ ଜିଲ୍ଲା ପରିଷଦର ସ୍ଵତନ୍ତ୍ର ତଥା ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

Corona restrictions in kandhamal, kandhamal latest news, corona virus news, corona virus update, କନ୍ଧମାଳରେ କୋରୋନା ସତର୍କତା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌
କୋରୋନା ପାଇଁ କନ୍ଧମାଳରେ କଟକଣା କଡାକଡି
author img

By

Published : Mar 21, 2020, 10:40 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ପଞ୍ଚାୟତ ଭବନଠାରେ କୋରୋନା ପାଇଁ ଜିଲ୍ଲା ପରିଷଦର ସ୍ଵତନ୍ତ୍ର ତଥା ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୟ ସମ୍ବେଦନଶୀଳ ଥିବାରୁ ଆଗୁଆ 4 ମାସର ଭତ୍ତା ଓ ପିଡିଏସ୍ ଚାଉଳ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କୋରୋନା ପାଇଁ କନ୍ଧମାଳରେ କଟକଣା କଡାକଡି

କୋରୋନା ମୁକାବିଲା ପାଇଁ ଆୟୋଜିତ ଏହି ବୈଠକରେ କନ୍ଧମାଳ ଜିଲ୍ଲାପାଳ, 3 ନିର୍ବାଚନୀ ମଣ୍ଡଳୀ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନଙ୍କ ସହ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଯୋଗ ଦେଇଥିଲେ । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା କୋରୋନା ସଂକ୍ରମଣକୁ ନେଇ ଚାରିଆଡେ ଆତଙ୍କ ସୃଷ୍ଟି ହେଉଥିବା ବେଳେ ଏହି ସଂକ୍ରମଣରୁ ନିଜକୁ କିଭଳି ଦୂରେଇ ରଖିବା ସେନେଇ ସଚେତନତା ହେବା ସହ ଅନ୍ୟକୁ ସଚେତନ କରାଯିବ ।

ଏହି ସମୟ ସମ୍ବେଦନଶୀଳ ଥିବାରୁ ଆଗୁଆ 4 ମାସର ଭତ୍ତା ଦେବା, ପିଡିଏସ୍ ଚାଉଳ ଓ ସରକାରୀ ଆଶ୍ରମ ସ୍କୁଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ 3 ମାସର ଆଗୁଆ ସ୍କୋଲାରସିପ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା l ଗୋଟିଏ ସ୍ଥାନରେ ଏକତ୍ରିତ ନ ହେବା, ବିଶେଷ କାମ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କହିଛନ୍ତି କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଡି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.