ETV Bharat / state

କନ୍ଧମାଳରେ ଆଜି 3 କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ଆକ୍ରାନ୍ତ

କନ୍ଧମାଳ ଜିଲ୍ଲାରେ ଆଜି ତିନି ଜଣ ନୂଆ କୋରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 25କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ..

corona-new-active
corona-new-active
author img

By

Published : Jun 5, 2020, 9:37 PM IST

ଫୁଲବାଣୀ: ଜିଲ୍ଲାରେ ଆଜି ତିନି ଜଣ ନୂଆ କୋରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 25କୁ ବୃଦ୍ଧି ପାଇଛି। ତେବେ ଆଜି ପୁଣି 7 ଜଣ ସୁସ୍ଥ ହୋଇଥିବାରୁ ମୋଟ ସୁସ୍ଥଙ୍କ ସଂଖ୍ୟା 13ରେ ପହଞ୍ଚିଛି ଏବଂ 12 ଜଣ ଆକ୍ରାନ୍ତ ଅଛନ୍ତି। ଟିକାବାଲି, ରତଙ୍ଗ, ରାଇକିଆର ଏକ ଟିଏମସିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜିଲାରେ କଟକଣା ବଳବତ୍ତର ରହିଛି।

କନ୍ଧମାଳରେ ଆଜି ତିନି କୋରୋନା ଆକ୍ରାନ୍ତ ଚିହ୍ନଟ

ସଂକ୍ରମିତ ଏହି ତିନି ଜଣଙ୍କ ମଧରୁ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ। ଦୁଇ ଜଣ ତାମିଲନାଡୁରୁ ଏବଂ ଜଣେ ତେଲେଙ୍ଗାନାରୁ ଫେରିଥିଲେ। ସେମାନଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆଜି ପୁଣି 7 ଜଣ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥଙ୍କ ସଂଖ୍ୟା 13ରେ ପହଞ୍ଚିଛି ଏବଂ 12 ଜଣ କୋରୋନା ରୋଗୀ ଏବେ ଆକ୍ଟିଭ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏମାନଙ୍କର ଫୁଲବାଣୀ ଓ ଭୁବନେଶ୍ୱର କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଜିଲ୍ଳାକୁ ଆଜି ସୁଦ୍ଧା 5493 ଜଣ ପ୍ରବାସୀ ଫେରିଥିବା ବେଳେ କ୍ଵାରେଣ୍ଟାଇନ ଅବଧି ଶେଷ କରି 1201 ଜଣ ଫେରିଛନ୍ତି। 4292 ଜଣ ଟିଏମସିରେ ଅଛନ୍ତି। ଜିଲ୍ଲାରୁ ବର୍ତମାନ ସୁଦ୍ଧା 1727 ଜଣଙ୍କ ନମୁନା ପଠାଯାଇଥିବା ବେଳେ 1566ର ରିପୋର୍ଟ ଆସିଛି। ସେଥିରୁ 25ଟି ପଜିଟିଭ ଥିବାବେଳେ 1541ଟି ନେଗେଟିଭ ରହିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.