ETV Bharat / state

କୋରୋନା ଆତଙ୍କ, କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

author img

By

Published : Mar 16, 2020, 4:14 AM IST

କୋରୋନାକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି। ଆଗକୁ ପଢନ୍ତୁ...

corona-challenge-preparedness
corona-challenge-preparedness

କନ୍ଧମାଳ: ସବୁଠି କୋରୋନା ଆତଙ୍କ । ଏହାକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି। ଜିଲ୍ଲାର ସମସ୍ତ ଅଧିକାରୀ ଓ ପଞ୍ଚାୟତସ୍ଥରୀୟ ନିର୍ବାଚିତ କର୍ମକର୍ତ୍ତାଙ୍କୁ ନେଇ ସଚେତନ କରାଯାଇଛି। ଫୁଲବାଣୀରେ ଜିଲାପାଳ ଓ ଏସପି ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସଚେତନ କରିଛନ୍ତି । ଆଦିମ ଜନଜାତି କୁଟିଆ କନ୍ଧଙ୍କ ବଡ ପର୍ବ ଡିମ୍ବୁଲି ପର୍ବ ମଧ୍ୟ ମାସେ ଘୁଞ୍ଚାଇ ଦିଆଯାଇଛି । ଜିଲ୍ଲାରେ ବ୍ୟାପକ ସଚେତନତା ପାଇଁ ନିଷ୍ପତ୍ତି ହୋଇଛି ।

କୋରୋନା ଆତଙ୍କ, କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

ଫୁଲବାଣୀରେ ଜିଲ୍ଲାର ସମସ୍ତ ବିଡ଼ିଓ ଏବଂ ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ କୋରୋନା ମୁକାବିଲାପାଇଁ ବୈଠକ ବସିଥିଲା । ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ସଚେତନତା ଅଧିକ କରିବାକୁ ନିଷ୍ପତ୍ତି ହୋଇଛି ।

ଗ୍ରାମୀଣ ସ୍ତରରେ ଥିବା ସମସ୍ତ କର୍ମଚାରୀଙ୍କୁ ଅଧିକ ସତର୍କ ହୋଇ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି । ଜିଲ୍ଲାର ଅନେକ ଲୋକ ରାଜ୍ୟ ବାହାରେ ରହୁଥିବାରୁ ସେଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଅନୁରୋଧ କରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.