ETV Bharat / state

କୁହୁଡ଼ି ଚାଦର ତଳେ କନ୍ଧମାଳ, ଦାରିଙ୍ଗବାଡିରେ ଶୀତ ଲହରୀ

ଫୁଲବାଣୀରେ ଆରମ୍ଭ ହେଲା ଶୀତ । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ 10 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

author img

By

Published : Nov 13, 2019, 11:07 PM IST

କୁହୁଡ଼ି ଚାଦରରେ ଘୋଡେଇ ହୋଇଛି ଦାରିଙ୍ଗବାଡି

ଫୁଲବାଣୀ: କନ୍ଧମାଳ ଜିଲ୍ଳାରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ । ବୁଲବୁଲ ପ୍ରଭାବ ଅପସରି ଯିବା ପରେ ଶୀତ ଲହରୀ ଆରମ୍ଭ ହୋଇଛି ଜିଲ୍ଲାରେ। ଫୁଲବାଣୀରେ ଆଜି ତାପମାତ୍ରା 12.5 ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଦାରିଙ୍ଗବାଡିରେ 10 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରେକର୍ଡ କରାଯାଇଛି।

କୁହୁଡ଼ି ଚାଦରରେ ଘୋଡେଇ ହୋଇଛି ଦାରିଙ୍ଗବାଡି

ଆକାଶରୁ ମେଘ ଅପସରି ଯିବା ପରେ ଶୀତର ପ୍ରଭାବ ଅନୁଭୁତ ହେଉଛି । ଫୁଲବାଣୀରେ ଆଜି 12.5 ଡିଗ୍ରୀରେ ପାରଦ ପହଞ୍ଚିଥିବା ବେଳେ ସାରା ଜିଲ୍ଲାରେ ଶୀତ ଲହରୀ ଆରମ୍ଭ ହୋଇଯାଇଛି । ସହର ବଜାର ଗାଁ ସବୁଠି ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ପାଖରେ ବସିବା ଆରମ୍ଭ କରିଦେଇଛନ୍ତି । ଏହା ସହିତ ଶୀତବସ୍ତ୍ର ମଧ୍ୟ ପିନ୍ଧିଲେଣି ଲୋକେ।

କୁହୁଡ଼ିର ଅନ୍ଧାରୁଆ ଚାଦର ସାରା ଜିଲ୍ଳାକୁ ଆଚ୍ଛାଦିତ କରି ରଖୁଛି। ତେବେ ଖଟିଖିଆ ଏହି ଶୀତରେ ମଧ୍ୟ ସହର ବଜାର ମୁହାଁ ହେଉଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ କେହି କେହି ବିଭିନ୍ନ ବ୍ୟାୟାମ କରିବା ନଜର ଆସୁଛନ୍ତି । ଶୀତ ଲହରୀ ସହିତ ପର୍ଯ୍ୟଟକ ମଧ୍ୟ କନ୍ଧମାଳ ମୁହାଁ ହେବା ଆରମ୍ଭ କଲେଣି । ଜିଲ୍ଲାର ପର୍ଯ୍ୟଟନସ୍ଥଳ ଓ ହିଲ ଷ୍ଟେସନ ଗୁଡିକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିବା ଆରମ୍ଭ ହେଲାଣି ଲୋକଙ୍କ ସୁଅ।

କନ୍ଧମାଳରୁ ସଦାଶିବ ପାତ୍ର , ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଳାରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ବୁଲବୁଲ ପ୍ରଭାବ ଅପସରି ଯିବା ପରେ ଶୀତ ଲହରୀ ଆରମ୍ଭ ହୋଇଛି ଜିଲ୍ଲାରେ। ଫୁଲବାଣୀରେ ଆଜି ତାପମାତ୍ରା 12.5 ଡିଗ୍ରୀ ସେଲ୍ସିୟସରେ ପହଂଚିଛି। ଦାରିଙ୍ଗବାଡିରେ 10 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରେକର୍ଡ କରାଯାଇଛି।

Body:ଆକାଶରୁ ମେଘ ଅପସରି ଯିବା ପରେ ଶୀତର ପ୍ରଭାବ ଅନୁଭୂତ ହେଉଛି । ଫୁଲବାଣୀରେ ଆଜି 12.5 ଡିଗ୍ରୀରେ ପାରଦ ପହଁଚିଥିବା ବେଳେ ସାରା ଜିଲ୍ଲାରେ ଶୀତ ଲହରୀ ଆରମ୍ଭ ହୋଇଯାଇଛି। ସହର ବଜ଼ାର ଗାଁ ସବୁଠି ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ପାଖରେ ବସିବା ଆରମ୍ଭ କରିଦେଇଛନ୍ତି। ଏହା ସହିତ ଶୀତବସ୍ତ୍ର ମଧ୍ୟ ପିନ୍ଧିଲେଣି ଲୋକେ। କୁହୁଡ଼ିର ଅନ୍ଧାରୁଆ ଚାଦର ସାରା ଜିଲ୍ଳାକୁ ଆଚ୍ଛାଦିତ କରି ରଖୁଛି। ତେବେ ଖଟିଖିଆ ଏହି ଶୀତରେ ମଧ୍ୟ ସହର ବଜାର ମୁହାଁ ହେଉଛନ୍ତି। ଶୀତରୁ ମୁକ୍ତି ପାଇଁ କେହି କେହି ବିଭିନ୍ନ ବ୍ୟାୟାମ କରିବା ନଜର ଆସୁଛନ୍ତି।

Conclusion:ଶୀତ ଲହରୀ ସହିତ ପର୍ଯ୍ୟଟକ ମଧ୍ୟ କନ୍ଧମାଳ ମୁହାଁ ହେବା ଆରମ୍ଭ କଲେଣି। ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଓ ହିଲ ଷ୍ଟେସନ ଗୁଡିକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିବା ଆରମ୍ଭ ହେଲାଣି ଲୋକଙ୍କ ସୁଅ।
କନ୍ଧମାଳରୁ ସଦାଶିଵ ପାତ୍ର ,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.