ETV Bharat / state

ଗରିବ ହୃଦରୋଗୀଙ୍କ ସାହା ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

କନ୍ଧମାଳ ଜିଲା କୋଟଗଡ ବ୍ଲକର ହୃଦରୋଗରେ ପୀଡିତଙ୍କୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସହାୟତା ମିଳିଛି । ଫଳରେ ହୃଦରୋଗରେ ପୀଡିତଙ୍କ ମୁହଁରେ ହସ ଫେରିଛି ।

author img

By

Published : Jun 2, 2019, 11:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣି: ସବୁ କିଛି ଥିଲା ଅନ୍ଧାର ଭିତରେ । ମୁହଁରେ ଦୁଃଖ, ମନରେ ଅସୁମାରି ଭୟ ଆଉ ଆଖିରୁ ହଜିଯାଇଥିଲା ନିଦ । ସତେ ଯେମିତି ଅଦିନିଆ ଝଡ ମାଡିବସିଛି ଘର ଉପରେ । ଖେଳକୁଦ ବୟସରେ ଯନ୍ତ୍ରଣା । କନ୍ଧମାଳ ଜିଲା କୋଟଗଡ ବ୍ଲକର ହୃଦରୋଗରେ ପୀଡିତଙ୍କୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସହାୟତା ମିଳିଛି । ଫଳରେ ବହୁ କୁନି ପିଲା ଫେରିପାଇଛନ୍ତି ନୂଆ ଜୀବନ ଆଉ ବହୁ ପରିବାରକୁ ଫେରିଛି ଆନନ୍ଦର ଲହରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କୋଟଗଡ ବ୍ଲକର ବଣ୍ଡିଗୁଡା ଗାଁର ଯଜ୍ଞବାନଙ୍କ 6ବର୍ଷର ପୁଅ ଜନ୍ମରୁ ବାରମ୍ବାର ଜ୍ବର ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପରିବାର ନିକଟସ୍ଥ ଡାକ୍ତରଖାନାରେ ଦେଖାଇବା ସହ ବିଭିନ୍ନ ସମୟରେ ଚେରମୂଳି କରି ଚାଲିଥିଲେ। କିନ୍ତୁ ରୋଗ ଭଲ ହେଉନଥିଲା । ସ୍କୁଲରେ ପଢିବା ବେଳେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଡାକ୍ତର ଆସି ଉକ୍ତ ପିଲାର ପରୀକ୍ଷା ନୀରିକ୍ଷା କଲେ । ଗୁରୁତର ହୃଦ୍ ରୋଗରେ ପଡିଥିବା ଜାଣିଲେ ଡାକ୍ତର। ତୁରନ୍ତ ଫୁଲବାଣୀ ପରୀକ୍ଷା କେନ୍ଦ୍ରକୁ ଆଣିବା ପରେ ପୁଣି ପରୀକ୍ଷା କରାଗଲା । ପରେ ନୟାଗଡ ନେଇ ଉଚ୍ଚତର ପରୀକ୍ଷା କରିବା ପରେ ସ୍ପଷ୍ଟ ହେଲା ବାଇପାସ୍ ସର୍ଜରୀ ଆବଶ୍ୟକ । ଗରିବଗୁରୁବା ପରିବାର ପାଖରେ ଧନ ନଥିଲା ଚିକିତ୍ସା କରିବା ପାଇଁ । ତେବେ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଟାଟା ଜାମସେଦପୁରକୁ ନିଆଯାଇ ସଫଳ ଅସ୍ତ୍ରୋପଚାର କରାଗଲା । କୁନି ଶିଶୁଟି ଏବେ ସୁସ୍ଥ, ପରିବାର ମଧ୍ୟ ଖୁସି ।

ସେହିପରି ସାରଙ୍ଗଡ଼ ବ୍ଲକର କୁନି ପିଲା ଦିଲୁ । ଜନ୍ମରୁ ହୃଦରୋଗରେ ପୀଡିତ । ଏବେ ତା' ମୁହଁରେ ବଞ୍ଚିବାର ହସ ଫୁଟିଛି । ଏହିପରି କୋଡିଏ ଜଣ କୁନି ପିଲାଙ୍କ ସଫଳ ବାଇପାସ ସର୍ଜରି କରି ନୂଆ ଜୀବନ ମିଳିଛି । ଏହି ସର୍ଜରୀ ପାଇଁ ଜଣଙ୍କ ପିଛା 3ରୁ 4 ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ପରିବାର ଲୋକେ ଏତେ ଟଙ୍କା କେଉଁଠୁ ପାଆନ୍ତେ । ତେବେ ଏପରି ଅନ୍ୟ 30ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିଛି ସ୍ବାସ୍ଥ୍ୟ ବିଭାଗ । ଆରବିଏସକେ ଯୋଜନାରେ ସମସ୍ତଙ୍କ ମାଗଣା ସର୍ଜରୀ କରାଯିବା ସହିତ ଆଗକୁ କିପରି ଏକ ସୁସ୍ଥ ଜୀବନ ଜିଇଁବେ ସେଥିପାଇଁ ବ୍ୟବସ୍ତା କରାଯିବ ବୋଲି କହିଛନ୍ତି ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

fgdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.