ETV Bharat / state

ଘାଟିରୁ ଖସିଲା ବସ, 30 ଆହତ

author img

By

Published : Aug 19, 2019, 7:54 PM IST

Updated : Aug 19, 2019, 8:54 PM IST

କନ୍ଧମାଳ ଡାଡୁମାହା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିର 30ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ । 30ରୁ ଅଧିକ ଯାତ୍ରୀ ଆହତ । ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଜିଲ୍ଲାର କୋଟଗଡ ଓରା ନିକଟ ଡାଡୁମାହା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କୋଟଗଡ଼ରୁ ଶ୍ରୀରାମପୁର ଯାଉଥିବା ଦିପକ ନାମକ ଘରୋଇ ବସ ଘାଟିରେ ଗଲାବେଳେ ଓଲଟି ପଡିଥିଲା । ଦୁର୍ଘଟଣାରେ 30ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ 10ରୁ ଅଧିକ ଗୁରୁତର ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁଯାୟୀ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ତିନି ଚାରି ପଲଟି ମାରି ପ୍ରାୟ 30 ଫୁଟ ତଳକୁ ବସଟି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଁଞ୍ଚିନଥିବାରୁ ସମସ୍ତ ଆହତଙ୍କୁ ଡାଲା ଗାଡିରେ କୋଟଗଡ ମେଡିକାଲକୁ ଆଣାଯାଇଛି । ଗୁରୁତରଙ୍କୁ ବାଲିଗୁଡା ମେଡିକାଲ ସ୍ଥାନାନ୍ତର କରାଯାଉଛି। ଘଟଣା ସ୍ଥଳରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଯାଇ ଉଦ୍ଧାର କରୁଛନ୍ତି । ଅତ୍ୟନ୍ତ ମାଓ ପ୍ରବଣ ଇଲାକା ହୋଇଥିବାରୁ ପୋଲିସ ଏପର୍ଯ୍ୟନ୍ତ ପହଁଞ୍ଚିନାହିଁ। ମେଡ଼ିକାଲରେ ଲୋକ ଓ ସମ୍ପର୍କୀୟଙ୍କ ଗହଳି ଲାଗିଛି । ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା କୋଟଗଡ ଓରା ନିକଟ ଡାଡୁମାହା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘାଟି ରେ ଓଲଟିଲା ମିନି ବସ । 30 ରୁ ଅଧିକ ଆହତ ହୋଇଥିବା ବେଳେ 10ରୁ ଅଧିକ ଗୁରୁତର ଅଛନ୍ତି । ଘାଟି ବୁଲାଣିରେ ଭାରସାମ୍ୟ ହରାଇ ତିନି ଚାରି ପଲଟି ମାରି ପ୍ରାୟ 20 ଫୁଟ ତାଳକୁ ଖସିଛି ବସଟି । ସମସ୍ତ ଆହତଙ୍କୁ କୋଟଗଡ ମେଡିକାଲ କୁ ଅଣାଯାଉଛି । ଗୁରୁତରଙ୍କୁ ବାଲିଗୁଡା ମେଡିକଲ ସ୍ଥାନାନ୍ତର କରାଯିବ।

Body:ଦୁର୍ଘଟଣା ସ୍ଥଳକଜ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଯାଇ ଉଦ୍ଧାର କରୁଛନ୍ତି ।ଅତ୍ୟନ୍ତ ମାଓ ପ୍ରବଣ ଇଲାକା ହୋଇଥିବାରୁ ପୋଲିସ ଯାଇନାହିଁ।

Conclusion:ମେଡ଼ିକାଲରେ ଲୋକ ଓ ସମ୍ପର୍କୀୟଙ୍କ ଗହଳି ଲାଗିଛି ।
Last Updated : Aug 19, 2019, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.