ଫୁଲବାଣୀ: ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କନ୍ଧମାଳ ଜିଲ୍ଲାରେ ବିଜେପି ଆୟୋଜନ କରିଛି ଜନ ଜାଗରଣ ପଦଯାତ୍ରା। ଫୁଲବାଣୀ ମାଦିକୁନ୍ଦା ଛକରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଛି ।
ବିଭିନ୍ନ ସ୍ଲୋଗାନ ଦେଇ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ବିଜେପି ନେତା। ବିଜୁ ପଟ୍ଟନାୟକ ଛକ ଠାରେ ଅନୁଷ୍ଠିତ ସଚେତନତା ସମାବେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା କଂଗ୍ରେସକୁ କଡା ସମାଲୋଚନା କରିଥିଲେ।
ଏହି ପଦଯାତ୍ରାରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଅନେକ ବିଜେପି ନେତା ଯୋଗ ଦେଇଥିଲେ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ ।