ETV Bharat / state

ଲଜକୁ କୋରୋନା ରୋଗୀଙ୍କ ପାଇଁ ଉତ୍ସର୍ଗ କଲେ ବର୍ଷିୟାନ ନେତା - bjp leader provided his lodge for covid fight

କନ୍ଧମାଳ ଜିଲ୍ଲାର ବର୍ଷିୟାନ ନେତା କମଳାକାନ୍ତ ପାଣ୍ଡେ ନିଜ ଲଜକୁ କୋରୋନା ମୁକାବିଲାରେ ନିୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ଦାନ କରିଛନ୍ତି । ଅଧିକ ପଢନ୍ତୁ...

bjp-leader-provided-his-lodge-for-covid-fight
ଲଜକୁ କୋରୋନା ରୋଗୀଙ୍କ ପାଇଁ ଉତ୍ସର୍ଗ କଲେ ବର୍ଷିୟାନ ନେତା
author img

By

Published : Apr 5, 2020, 7:19 PM IST

Updated : Apr 5, 2020, 7:45 PM IST

ଫୁଲବାଣୀ: ମହାମାରୀ କୋରୋନା ଲଢେଇ ପାଇଁ ସମସ୍ତେ ଏକ ହୋଇଛନ୍ତି । ଅନେକ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରୁଛନ୍ତି । ଲକଡାଉନ ସହିତ ଏପରି ବିଷମ ପରିସ୍ଥିତିରେ କିଛି ଲୋକ ଆଗକୁ ଦୁଇପାଦ ଆସି ସହାୟତାର ହାତ ବଢାଇଛନ୍ତି । ଏପରିକି କିଛି ବ୍ୟକ୍ତି ମହନୀୟତାର ପରିଚୟ ଦେଉଛନ୍ତି । କନ୍ଧମାଳ ଜିଲ୍ଲାର ବର୍ଷିୟାନ ନେତା କମଳାକାନ୍ତ ପାଣ୍ଡେ ନିଜ ଲଜକୁ କୋରୋନା ମୁକାବିଲାରେ ନିୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି ।

ଲଜକୁ କୋରୋନା ରୋଗୀଙ୍କ ପାଇଁ ଉତ୍ସର୍ଗ କଲେ ବର୍ଷିୟାନ ନେତା

କୋରୋନା ମହାମାରୀ ସାରା ଦେଶକୁ ଗ୍ରାସ କରିଥିବା ବେଳେ ଲକଡାଉନ ଜାରି ରହିଛି । ଏହି ମହାମାରୀକୁ ମୁକାବିଲା କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଛି । କନ୍ଧମାଳ ଜିଲ୍ଲା ପ୍ରଶାସନ ଲଗାତାର ବିଭିନ୍ନ ପଦକ୍ଷେପ ନେଉଛି । ଏହି ବିଷମ ପରିସ୍ଥିତି କେବଳ ସରକାରୀ ସ୍ତରରେ ମୁକାବିଲା କରା ନଯାଇ ବେସରକାରୀ ସ୍ତରରେ ମଧ୍ୟ ଏକଜୁଟ ହୋଇ ସହାୟତା କରିବାକୁ ହୋଇଥାଏ ।

ଜିଲ୍ଲାର ବର୍ଷିୟାନ ନେତା କମଳାକାନ୍ତ ପାଣ୍ଡେ ଫୁଲବାଣୀ ମୁଖ୍ୟ ବଜାର ଠାରେ ଥିବା ତାଙ୍କ ରାଜକମଲ ଲଜକୁ ଏହି କୋରୋନା ମୁକାବିଲାରେ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଲଜରେ ଥିବା 23ଟି ରୁମ ସହିତ ହଲକୁ କୋରୋନା କ୍ଵାରେଣ୍ଟାଇନ ଅଥବା ଆଇସୋଲେସନ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ଡା ବୃନ୍ଦା ଡିଙ୍କୁ ଜଣାଇଛନ୍ତି । ଜିଲ୍ଲାପାଳ ଏହି ପ୍ରସ୍ତାବକୁ ଗ୍ରହଣ କରି ଧନ୍ୟବାଦ ଜଣାଇଥିବା ଶ୍ରୀପାଣ୍ଡେ କହିଛନ୍ତି । ମୁଁ ତ ପବ୍ଲିକ ଲାଇଫରେ ଅଛି କିନ୍ତୁ ସମସ୍ତେ ସମାଜ ପାଇଁ କିଛି କରିବାର ସମୟ ଆସିଥିବା କମଳାକାନ୍ତ କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Last Updated : Apr 5, 2020, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.