ETV Bharat / state

କନ୍ଧମାଳ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଘଟଣା, ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି - କନ୍ଧମାଳ ଛାତ୍ରୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

କନ୍ଧମାଳ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଘଟଣା । ପୀଡିତାଙ୍କ ପରିବାରକୁ ୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଅଧିକ ପଢନ୍ତୁ

କନ୍ଧମାଳ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଘଟଣା, ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

author img

By

Published : Oct 11, 2022, 9:16 AM IST

ଫୁଲବାଣୀ: କନ୍ଧମାଳରେ ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣାର(Class 7 girl dies day after delivery) ଅନୁଧ୍ୟାନ କରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ (fact finding team) ଦିନିକିଆ ବେଲଘର ଗସ୍ତ କରି ବିଭିନ୍ନ ତଥ୍ୟ ହାସଲ କରିଛନ୍ତି । ଛାତ୍ରୀଙ୍କ ମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ଟିମ୍ । ଏହାସହିତ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରିଛି ।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଏହି ଟିମ୍ ବେଲଘର ଗସ୍ତ କରି ରାଙ୍ଗପାରୁ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଥିଲେ । ଏହାପରେ ବାଲିଗୁଡ଼ା ଏସଡିପିଓ ଓ ଅତିରିକ୍ତ ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘୁ.ଉଦୟଗିରି ଗସ୍ତ କରି ଛାତ୍ରୀ ଜଣକ ରହୁଥିବା ସୁଭଦ୍ରା ମହତାବ ସେବା ସଦନ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ପରେ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ଅଭିଯୋଗ ଆଣିଛି ଟିମ୍ ।

କନ୍ଧମାଳ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଘଟଣା, ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

ରଙ୍ଗାପରୁ ବାଳିକା ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ୧୫ ଦିନରେ ଥରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜଣେ ଏଏନଏମ ନିଯୁକ୍ତ ହୋଇଥିଲେ । ନାବାଳିକା ଗର୍ଭବତୀ ହୋଇଥିବା କଥା ସେ ଜଣାପାରିଲେନି କେମିତି ? ନା ସବୁ ଜାଣି ଘଟଣାକୁ ଚାପିବାକୁ ଉଦ୍ୟମ ହୋଇଥିଲା ? ଘଟଣା ପ୍ରଘଟ ହେବା ଆଶଙ୍କାରେ ଛାତ୍ରୀଙ୍କୁ ଚିକିତ୍ସା ଯୋଗାଇବାରେ ଅବହେଳା କରିଥିଲେ କି ସ୍କୁଲ କର୍ତ୍ତୃପକ୍ଷ ? ଏସବୁରେ ପ୍ରଧାନଶିକ୍ଷକଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛି ବିଜେପି ଫ୍ୟାକ୍ଟ ପାଇଣ୍ଡିଂ ଟିମ୍ ।

ଏହାମଧ୍ୟ ପଢନ୍ତୁ: ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ମୃତ ଶିଶୁପୁତ୍ରକୁ ଜନ୍ମ ଦେଇ ଛାତ୍ରୀ ମୃତ

ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ସତ୍ତ୍ବେ ହସ୍ପିଟାଲ ବଦଳରେ ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ କାହିଁକି ରଖାଯାଇଥିଲା ? ମୃତ୍ୟୁ ଛୁଆ ଜନ୍ମ ଦେବାର ୩୬ ଘଣ୍ଟା ପରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୩୬ ଘଣ୍ଟା ମଧ୍ୟରେ କଣ ପାଇଁ ଭଲ ଡାକ୍ତରଖାନାକୁ ପଠାଯାଇନଥିଲା ବୋଲି ବିଜେପି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି । ତେଣୁ ଏହି ଘଟଣାରେ ଟିମ୍ ସ୍କୁଲ ପ୍ରଧାନ ଶିକ୍ଷକ, ଏଏନଏମ, ପୋଲିସ ପ୍ରଶାସନ, ଜିଲ୍ଲାପାଳଙ୍କୁ ଦାୟୀ କରିବା ସହ ବଡ ବଡ ବଡିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି ।

ପ୍ରକାଶଥାଉ କି, କନ୍ଧମାଳ ଜିଲ୍ଲା ବେଲଘର ରଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବାପରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ ନାବାଳିକାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.