ETV Bharat / state

ଆଳୁ ଖୋଳୁ ଖୋଳୁ ମହାଦେବ, ବାଇକ୍ ରାକେଟର ପର୍ଦ୍ଦାଫାଶ - ଆଳୁ ଖୋଳୁ ଖୋଳୁ ମହାଦେବ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ହାବୁଡ଼ରେ ପଡିଛନ୍ତି ବାଇକ୍ ଚୋର ରାକେଟର ଦଳ । ଉଦ୍ଧାର ହୋଇଛି କୋଡ଼ିଏ ଚୋରି ହୋଇଥିବା ବାଇକ୍ । କଟକ ଭୁବନେଶ୍ବର ସହିତ ପଡୋଶୀ ଗଞ୍ଜାମ ଓ ଅନ୍ୟ ଜିଲ୍ଲାରୁ ଏହି ଗ୍ୟାଙ୍ଗ ବାଇକ୍ ଚୋରି କରୁଥିଲେ । ଏହି ମାମଲାରେ 6 ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଜାରି ରଖିଛି ଅଧିକ ତଦନ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଳୁ ଖୋଳୁ ଖୋଳୁ ମହାଦେବ, ବାଇକ୍ ରାକେଟର ପର୍ଦାଫାସ

author img

By

Published : Sep 17, 2020, 10:59 PM IST

ଫୁଲବାଣୀ: ଆଳୁ ଖୋଳୁ ଖୋଳୁ ମହାଦେବ । ଗାଡ଼ି ମଟର ଯାଞ୍ଚ୍ କରୁ କରୁ ପୋଲିସ୍ ପାଇଲା ଚୋର ଗ୍ୟାଙ୍ଗର ପତ୍ତା । ଉଦ୍ଧାର ହେଲା 20 ଚୋରି ବାଇକ୍ ଏବଂ ୬ ଜଣ ହେଲେ ଗିରଫ । ସନ୍ତୋଷ ମାଝୀ ନାମକ ଜଣେ ବାଇକ୍ ଚାଳକକୁ ଅଟକାଇ ଯାଞ୍ଚ କରୁ କରୁ ପୋଲିସ ଚୋରି ଗାଡ଼ି ବୋଲି ଜାଣିଥିଲା ଏବଂ ତଦନ୍ତ ପରେ ଉଠାଇଥିଲା ଅନ୍ୟ ୫ ଜଣଙ୍କୁ ।

ଆଳୁ ଖୋଳୁ ଖୋଳୁ ମହାଦେବ, ବାଇକ୍ ରାକେଟର ପର୍ଦାଫାସ

ଗିରଫମାନେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ଚଢ଼ିଆପଲ୍ଲିର ସନ୍ତୋଷ ମାଝୀ, କରଣ୍ଡାଗଡର ଲିଟୁ ଦିଗାଲ, ମନୁଆବାଡିର ଅନନ୍ତ ଦେହୁରୀ, ଜଳଶସୁଗାର ଅଙ୍ଗୁର ଦିଗାଲ, ପବିଙ୍ଗିଆର ବିଳାସ କହଁର ଏବଂ ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ତେକିରିଗୁଡ଼ା ଗାଁର ଅଭିମନ୍ୟୁ କହଁର । ଥାନାରେ ସମସ୍ତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ।

ଜବତ ହୋଇଥିବା ମଟର ସାଇକେଲର ବିବରଣୀ ବିଭିନ୍ନ ଥାନାକୁ ପଠାଯାଇଛି ଏବଂ ଅନ୍ୟ ଆନ୍ତ ଜିଲ୍ଲା ଗ୍ୟାଙ୍ଗ ସହିତ ସମ୍ପର୍କ ଯାଞ୍ଚ କରୁଛି ପୋଲିସ । ଏହା ସହିତ ଏପରି ଚୋରି ଗାଡ଼ି ଦ୍ଵାରା ଗଞ୍ଜେଇ ଚାଲାଣ କରାଯାଉଥିବାରୁ ସେ ଦିଗରେ ମଧ୍ୟ ତଦନ୍ତ ଚାଲିଥିବା କହିଛନ୍ତି ଥାନା ଅଧିକାରୀ । ସମସ୍ତ ଗିରଫଦାରୀଙ୍କୁ ଫୁଲବାଣୀ ଜିଲ୍ଲା କୋର୍ଟକୁ ଚାଲାଣ କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.