ETV Bharat / state

ଗଞ୍ଜେଇ ଚାଲାଣ ବେଳେ 4 ଗିରଫ, 70କିଲୋ ଗଞ୍ଜେଇ ସହ 2 ଗାଡି ଜବତ - ସତୁରି କିଲୋଗ୍ରାମ ଗଞ୍ଜେଇ ଜବତ

ଦିନକୁ ଦିନ ବଢୁଛି ନିଶା ବେପାରୀଙ୍କ ବେପାର ତରିକା । ପୋଲିସକୁ ଚକମା ଦେଇ ବେପାର କରିବାକୁ ରଚୁଛନ୍ତି ନୂଆ ଯୋଜନା । ପୋଲିସ ବି ନଛୋଡ ବନ୍ଧା, ନିଶା ବେପାରୀଙ୍କୁ ଧରିବା ପାଇଁ ଆରମ୍ଭ କରୁଛି ନୂଆ ଅଭିଯାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 8, 2019, 4:09 AM IST

ଫୁଲବଣୀ: କନ୍ଧମାଳ ପାଲଟିଛି ଗଞ୍ଜେଇ ମାପିଆଙ୍କ ଭୂ-ସ୍ବର୍ଗ । ଜିଲ୍ଲାରୁ ପ୍ରତିଦିନ ଶହ ଶହ କ୍ବିଣ୍ଟାଲର ଗଞ୍ଜେଇ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି । ଗଞ୍ଜେଇ ମାଫିଆ ଯେତେ ସକ୍ରିୟ ହେଉଛନ୍ତି ପୋଲିସ ମଧ୍ୟ ସେତେ ଚଢାଉ କରୁଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କନ୍ଧମାଳ

ବୁଧବାର ଜିଲ୍ଲାର ଫିରିଙ୍ଗିଆ ଥାନା ପୋଲିସ କାଶିନିପଦରଠାରେ 2ଟି ଗାଡିକୁ ଯାଞ୍ଚ କରି 70କିଲୋଗ୍ରାମ ଗଞ୍ଜେଇ ଜବତ ସହ ଦୁଇଟି ଗାଡି ଓ ଚାରି ଜଣଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି କଟକ ଜିଲ୍ଲା ଆଠଗଡର ଜିତୁ ରଞ୍ଜନ ବେହେରା, ବାସୁଦେବ ମହାପାତ୍ର ଓ ନବକିଶୋର ରଣା ଏବଂ ଢେଙ୍କାନାଳର ଆଲୋକ ରାଉତ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ହାଜତକୁ ପଠାଇ ଦେଇଛି ପୋଲିସ । ଫିରିଙ୍ଗିଆ ଥାନାରେ 67/2019ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.