ETV Bharat / state

କନ୍ଧମାଳରେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର । ଜଙ୍ଗଲକୁ ଗାଈ ଖୋଜିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧ । କନ୍ଧମାଳ ଜିଲ୍ଲାରେ ଘଟିଛି ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : May 15, 2019, 9:03 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଗୁମାଗଡ ପଞ୍ଚାୟତରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ 70 ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବୃଦ୍ଧ ଜଣକ ହେଲେ ନିକଟସ୍ଥ ବାଡିସୁଗା ଗାଁର କାଦର କହଁର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ବୁଧବାର କାଦର ଗାଈ ଖୋଜିବାକୁ ନିକଟସ୍ଥ ଗୁମାଗଡ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ସେଠାରେ 3ଟି ଭାଲୁ ଛୁଆଙ୍କ ହାବୁଡରେ ପଡିଯାଇଥିଲେ । ଭାଲୁ ଆକ୍ରମଣରେ ତାଙ୍କର ମୁହଁ, ବେକ, ପେଟ ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି ।

ତେବେ ଜଙ୍ଗଲରେ କାଦରଙ୍କ ଚିତ୍କାର ଶୁଣି ସେଠାରେ ଆମ୍ବ ଗୋଟାଇବାକୁ ଯାଇଥିବା କିଛି ମହିଳା ଧାଇଁ ଆସିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପ୍ରଥମେ ଗୁମାଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରୁ ସ୍ଥାନାନ୍ତରିତ କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.