ETV Bharat / state

ସବ୍‌ ଜେଲରୁ ଫେରାର କଏଦୀ ବ୍ରହଣୀଗାଁ ଜଙ୍ଗଲରୁ ଗିରଫ

author img

By

Published : Dec 31, 2021, 9:55 PM IST

କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଗତ ୧୩ ତାରିଖରେ ଫେରାର କଏଦୀକୁ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ କରିଛି । ଅଧିକ ପଢନ୍ତୁ

Baliguda Police Success: ସବ୍‌ ଜେଲରୁ ଫେରାର କଏଦୀ ବ୍ରହଣୀଗାଁ ଜଙ୍ଗଲରୁ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଗତ ୧୩ ତାରିଖରେ ଫେରାର କଏଦୀକୁ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ କରିଛି । ଘଞ୍ଚ ଜଙ୍ଗଲ ମଝିରେ କୁଡ଼ିଆ କରି ଲୁଚିଥଲା ଫେରାର କଏଦୀ ଟୁକୁନା ମାଳୀ । ଦିନ ଦ୍ୱି-ପହରରେ ପୋଲିସକୁ ଚକମା ଦେଇ ଫେରାର୍‌ ହୋଇଯାଇଥିଲା ବିଚାରଧୀନ କଏଦୀ ଟୁକୁନା ମାଳି ।

କାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଶେଷରେ ବାଲିଗୁଡ଼ା ଥାନାରେ ଏନେଇ ରିପୋର୍ଟ କରିଥିଲେ ଜେଲ୍‌ କର୍ତ୍ତୃପକ୍ଷ । ଫେରାର ଅଭିଯୁକ୍ତ ଜଣକ ବ୍ରାହ୍ମଣୀଗାଁ ଅଞ୍ଚଳର ଟୁକୁନା ମାଳି (୩୮ ବର୍ଷ) । ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେବ ଜେଲରେ ସଜା କାଟୁଥିଲେ ।

ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଫେରାର୍‌ କଏଦୀକୁ ଧରିବାକୁ ଜାଲ ବିଛାଇଥିଲେ । ଦୀର୍ଘ ୧୮ ଦିନ ପରେ ଫେରାର କଏଦୀକୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ୍‌ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.