ଫୁଲବାଣୀ:ଏମିତି ବି ଆସେ ମୃତ୍ୟୁ । କାନ୍ଧରେ ଧରିଥିବା ଟାଙ୍ଗିଆ ଅକସ୍ମାତ୍ ନେଲା ଜୀବନ। କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଧାରୀ ପଞ୍ଚାୟତ ମଲ୍ଲିକ ସାହି ର ଗୋବିନ୍ଦ ଚନ୍ଦ୍ର ମଲ୍ଲିକ । ସକାଳେ କାଠ ସଂଗ୍ରହ ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । କାଠ ସଂଗ୍ରହ କରି ଘରକୁ ଫେରିବା ବାଟରେ ସେ ତଳେ ପଡ଼ି ଯାଇଥିଲେ। କାଠ ବୋଝରେ ନିଜେ ନେଇ ଯାଇଥିବା ଟାଙ୍ଗିଆ ଟି ତାଙ୍କ ବେକରେ ଲାଗି କଟି ଯାଇଥିଲା।
ସେଠାରୁ ସେ କାଠ ତଳେ ପକାଇ ନିଜେ ପିନ୍ଧି ଥିବା ଗାମୁଛାରେ ବେକକୁ ବାନ୍ଧି ଘରକୁ ଫେରି ଥିଲେ । ଏହା ଦେଖି ତାଙ୍କ ପୁତୁରା ମାନେ ତାଙ୍କୁ ଅତି ଶୀଘ୍ର ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ଦେହରୁ ଅତ୍ୟଧିକ ରକ୍ତ ବହି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଖଜୁରିପଡା ଥାନାରେ ୨୦/୨୦ ରେ ଏକ ଅପମୃତୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ତଦନ୍ତ ଅଧିକାରୀ ବିକ୍ରମ ମଲ୍ଲିକ କହିଛନ୍ତି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ